ରାଜ୍ୟରେ କାହିଁକି ହାରିଲା କଂଗ୍ରେସ ? ୩୦ ତାରିଖରେ ହାରୁ ନେତାଙ୍କର କ୍ଲାସ ନେବେ ଜିତେନ୍ଦ୍ର ସିଂ, ଉଠିବ ବି ସନ୍ତାନ ମୋହ ପ୍ରସଙ୍ଗ
27/05/2019 at 6:20 PM

ଭୁବନେଶ୍ବର୨୭|୫: ବିଧାନସଭାରେ ଦୁଇତୃତୀୟାଂଶ ସିଟ୍ ପାଇବି ଲୋକସଭାରେ କାହିଁକି ୯ଟି ଆସନ ହରାଇଲା ବିଜେଡି ସେଥିପାଇଁ ବିବ୍ରତ। ଏଣେ କିନ୍ତୁ କଂଗ୍ରେସର ଉଭୟ ଲୋକସଭା ଓ ବିଧାନସଭାରେ ବିପର୍ଯ୍ୟୟ ହୋଇଛି। କଂଗ୍ରେସ ବିପର୍ଯ୍ୟୟ ପାଇ୍ଁ ଦାୟୀ କିଏ। ସେଥିପାଇଁ ୩୦ ତାରିଖରେ ହେବ ମାନସ ମନ୍ଥନ। ଖୋଦ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ସମସ୍ତ ବିଜୟ ପରାଜଜିତ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ସହିତ ଜିଲ୍ଲା ସଭାପତିଙ୍କୁ କାରଣ ପଚାରିବେ। ରାଜାସ୍ଥାନ ଓ ମଧ୍ୟପ୍ରଦେଶ କଂଗ୍ରେସନେତାଙ୍କ ପୁତ୍ରପ୍ରୀତି ପାଇଁ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାରୁ ରାହୁଲ ଗାନ୍ଧୀ ଖୁବ ବର୍ଷିଛନ୍ତ । ଏଠି ରାଜ୍ୟରେ ବି ପିସିସି ସଭାପତିଙ୍କ ବିରୋଧରେ ପୁତ୍ରପ୍ରୀତି ଅଭିଯୋଗ ଆସିଛି। …..

୩୦ ତାରିଖରେ ବସିବ କଂଗ୍ରେସ ସମୀକ୍ଷା ବୈଠକ । ବିପର୍ଯ୍ୟୟ ଦୋଷ କାହାମୁଣ୍ଡ ଉପରେ ଲଦାଯିବ ସେମାନଙ୍କୁ ଚିହ୍ନଟ କରାଯିବ । ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ୨୯ ତାରିଖରେ ପହଞ୍ଚିବା ପରେ ୩୦ ତାରିଖ ସକାଳୁ ଆରମ୍ଭ ହେବ ମାନସ ମନ୍ଥନ । ସମସ୍ତ ବିଜୟୀ ଓ ପରାଜିତ ବିଧାୟକ ଓ ସାଂସଦ ପ୍ରାର୍ଥୀ, ଜିଲ୍ଲା କଂଗ୍ରେସ ସଭାପତି ଏହି ବୈଠକରେ ଉପସ୍ଥିତ ରହିବେ। ସମସ୍ତଙ୍କୁ ହାରିବାର କାରଣ ପଚାରିବେ ରାଜ୍ୟ ପ୍ରଭାରୀ। ଅବଶ୍ୟ ସେହିଦିନ ଦଳ ବିଧାୟକ ଦଳ ନେତା ମଧ୍ୟ ବାଛିବ।

ଏପଟେ ପୁତ୍ର ମୋହ ପାଇଁ କଂଗ୍ରେସର ବିପର୍ଯ୍ୟୟ ହୋଇଥିବା ନେଇ କଂଗ୍ରେସର ଦିଲ୍ଲୀ ଦରବାରରେ ହୁରି ପଡ଼ିଛି। ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବରିଷ୍ଠ ନେତା କମଲ ନାଥ, ଅଶୋକ ଗେହଲଟ, ପି ଚଦାମ୍ବରଙ୍କ ଉପରେ ବର୍ଷିଛନ୍ତି। ପୁତ୍ରମୋହ ଅଭିଯୋଗ ମଧ୍ୟ ଓଡ଼ିଶାରେ। ପିସିସି ସଭାପତି ଓ ତାଙ୍କ ପୁଅ, ନରସିଂହ ମିଶ୍ର ଓ ତାଙ୍କ ପୁଅ, ଭକ୍ତ ଦାସ ଓ ତାଙ୍କ ପୁଅ ଏବଂ ଅନନ୍ତ ସେଠୀ ଓ ତାଙ୍କ ଝିଅ ଟିକେଟ ନେଇଥିଲେ। ଏମାନଙ୍କ ଭିତରୁ କେବଳ ନରସିଂହ ମିଶ୍ର ଜିତିଥିବା ବେଳେ ବାକି ସମସ୍ତେ ବାପ-ପୁଅ ଓ ଝିଅ ହାରିଛନ୍ତି। ତେଣୁ ଏମାନଙ୍କୁ କଣ ରାହୁଲ କୈଫିୟତ ତଲବ କରିବେ କି ବୋଲି ପ୍ରଶ୍ନ ଉଠିଲାଣି।।ଏଣେ ନିରଞ୍ଜନ କହୁଛନ୍ତି ପୁତ୍ରମୋହ ତାଙ୍କର ନାହିଁ।

ରାଜ୍ୟବାସୀ ବିକଳ୍ପ ଖୋଜୁଥିବା ବେଳେ କଂଗ୍ରେସ ଫାଇଦା ନେବାତ ଦୂରେ ଥାଉ ନିଜ ପୂର୍ବ ସ୍ଥିତି ବି ହରାଇଛି। ଫଳାଫଳ ଏମିତି ହେଲା ଯେ କଂଗ୍ରେସ ବିରୋଧୀ ଦଳ ମାନ୍ୟତା ବି ହାରାଇଛି।ମାନେ ତୃତୀୟ ସ୍ଥାନରେ ସନ୍ତୁଷ୍ଟ।
