LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରାହୁଲ ଗାନ୍ଧୀଙ୍କ ସମର୍ଥନରେ ଏକଜୁଟ କଂଗ୍ରେସ, ରାଜଘାଟରେ ଏକାଠି ହେଲେ ନେତାଙ୍କ ସହ ସମର୍ଥକ

26/03/2023 at 12:08 PM

ନୂଆଦିଲ୍ଳୀ, ୨୬/୦୩: ସଂସଦର ସଦସ୍ୟତା ଯିବା ପରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମର୍ଥନରେ କଂଗ୍ରେସ ସଂକଳ୍ପ ସତ୍ୟାଗ୍ରହ ଆରମ୍ଭ ହୋଇଛି। ଅବଶ୍ୟ ଦିଲ୍ଲୀ ପୋଲିସ୍‌ ସତ୍ୟାଗ୍ରହ ପାଇଁ ଅନୁମତି ଦେଇନାହିଁ। ଏହି ସତ୍ୟାଗ୍ରହରେ କଂଗ୍ରେସ୍ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଧାରଣା ଦେଇଛନ୍ତି​। ସତ୍ୟାଗ୍ରହ ବ୍ୟତୀତ ପାର୍ଟୀର ବରିଷ୍ଠ ନେତା ଏବଂ କାର୍ଯକର୍ତ୍ତା ଆଜି ଦେଶସାରା ବିକ୍ଷୋଭ ପ୍ରଦର୍ଶନ କରିବେ ଏବଂ ସବୁ ରାଜ୍ୟରେ ଗାନ୍ଧି ପ୍ରତିମା ତଳେ ବିରୋଧ ପ୍ରଦର୍ଶନ କରିବେ।

ରାଜଘାଟର ସଂକଳ୍ପ ସତ୍ୟାଗ୍ରହରେ କଂଗ୍ରେସର ବରିଷ୍ଠ ନେତା ଜଗଦୀପ ଟାଇଟଲରଙ୍କ ସହ ଅନେକ ନେତା ସାମିଲ୍ ହୋଇଛନ୍ତି। ଏହି ସତ୍ୟାଗ୍ରହରେ କଂଗ୍ରେସ୍‌ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍‌ ଖଡଗେ ମଧ୍ୟ ସାମିଲ୍ ହେବେ। ପାର୍ଟୀର ସଂଗଠନ ମହାସଚିବ ଏବଂ ବରିଷ୍ଠ ନେତା କେସି ବେଣୁଗୋପାଳ ସବୁ ରାଜ୍ୟଙ୍କୁ ପତ୍ର ଲେଖି କହିଛନ୍ତି ରାହୁଲ ଏକା ନୁହଁନ୍ତି, ବରଂ କୋଟି କୋଟି ଲୋକ ତାଙ୍କ ସହ ଅଛନ୍ତି। ବେଣୁଗୋପାଳ କହିଛନ୍ତି ଆମେ ରାହୁଲଙ୍କ ସମର୍ଥନରେ ସତ୍ୟାଗ୍ରହ କରିବୁ।

ସୂଚନାଯୋଗ୍ୟ, ୨୦୧୯ ରେ ମାନହାନି ମାମଲରେ ରାହୁଲ ଗାନ୍ଧୀଙ୍କୁ ସୁରଟର ଏକ କୋର୍ଟ ଦୁଇ ବର୍ଷର ସଜା ଶୁଣାଇଛନ୍ତି। ଏହି ଦିନଠାରୁ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଧ କରାଯାଇଥିଲା। ସେପଟେ ରାହୁଲ ଗାନ୍ଧୀ ନିଜ ବୟାନରେ କ୍ଷମା ମାଗିବେ ନାହିଁ ବୋଲି କହିଛନ୍ତି।

   Related Posts