ଭୁବନେଶ୍ଵର ୨୮।୧୦: ମମିତା ମେହେର ମୃତ୍ୟୁ ଘଟଣାକୁ ଦିଲ୍ଲୀ ନିର୍ଭୟା କାଣ୍ଡ ସହ ତୁଳନା କଲେ କଂଗ୍ରେସର କେନ୍ଦ୍ରୀୟ ନେତା । ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଦୋଷୀ ପାଇଁ ଫାଶୀ ଦାବି କଲେ ଏଆଇସିସି ସାଧାରଣ ସମ୍ପାଦକ । ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବରଖାସ୍ତ ଦାବି କଲେ ରଣଦୀପ ସୁରଜେୱାଲା । କଂଗ୍ରେସର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ କଣ୍ଟାବାଞ୍ଜି ଝରଣି ଗାଁକୁ ଯାଇ ମମିତାଙ୍କ ପରିବାର ଲୋକଙ୍କୁ ଭେଟିଛି । ପ୍ରତିନିଧି ଦଳରେ ରାଜ୍ୟ ପ୍ରଭାରୀ ଚେଲାକୁମାର ମଧ୍ୟ ଥିଲେ। ମମିତାଙ୍କୁ ନ୍ୟାୟ ପାଇଁ ଏହାକୁ ଜାତୀୟ ପ୍ରସଙ୍ଗ କରିବ କଂଗ୍ରେସ । ମମିତାଙ୍କ ଭାଇଙ୍କୁ ସରକାରୀ ଚାକିରୀ, ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ରାଶି ସହ ସୁରକ୍ଷା ଦେବାକୁ ଦାବି କରିଛି କଂଗ୍ରେସ । ପୂରା ଘଟଣାରେ ପୁଲିସ ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ସେପଟେ ମମିତାଙ୍କ ମାଆ ଅସୁସ୍ଥ ଥିବା ବେଳେ ଦିଲ୍ଲୀରେ ତାଙ୍କର ଉତ୍ତମ ଚିକିତ୍ସା କରାଇବାର ବ୍ୟବସ୍ଥା କରିବାକୁ ସୋନିଆ ଗାନ୍ଧୀ ପରାମର୍ଶ ଦେଇଥିବା ସୂରଜେୱାଲା କହିଛନ୍ତି ।
{"id":534802,"sizeSlug":"full","linkDestination":"none"}ମମିତା ମେହେର ହତ୍ୟା ମାମଲାରେ ଥମୁନି ଆନ୍ଦୋଳନ । ସିବିଆଇ ତଦନ୍ତ ଦାବି କରିଛି ବିଜେପି । ଭୁବନେଶ୍ବରରେ ଡିସିପି ଅଫିସ ଘେରାଉ ସମୟରେ ପୋଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା । ସେପଟେ ୧୨ ଘଣ୍ଟିଆ ନୂଆପଡା ଜିଲ୍ଲା ବନ୍ଦ ପାଳନ କରିଛି ଜିଲ୍ଲା ବିଜେପି । ବିଭିନ୍ନ ସ୍ଥାନରେ ପିକେଟିଂ ସହ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଦୋକାନ ବଜାର ବନ୍ଦ ଥିବା ବେଳେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା। ସୁବର୍ଣ୍ଣପୁରରେ ମଧ୍ୟ ବିଜେପି ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା । ସୋନପୁରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ବନ୍ଦକୁ ଆଖି ଆଗରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ବୌଦ୍ଧରେ ଏସ୍ପି ଅଫିସ ଘେରିଥିଲା ବିଜେପି ।
{"id":534803,"sizeSlug":"full","linkDestination":"none"}ବିରାଟ ପଟୁଆରରେ ବାହାରି ସହର ପରିକ୍ରମା କରିବା ପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ସମୟରେ ପୋଲିସ ସହ ବିଜେପି କର୍ମୀଙ୍କ ଠେଲାପେଲା ହୋଇଥିଲା । ସେପଟେ ଛତ୍ରପୁରରେ ଶୋଭାଯାତ୍ରା କରି ଏସ୍ପି ଅଫିସ୍ ପହଞ୍ଚିଥିଲେ ବିଜେପି କର୍ମୀ । ବାରିକେଡ୍ ଠେଲି ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । ଫଳରେ କିଛି ସମୟ ଧରି ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ମମିତା ମେହେର ହତ୍ୟା ମାମଲାରେ ପ୍ରତିବାଦକୁ ଆହୁରି ଜୋରଦାର କରିବାକୁ ବିଜେପି ଯୋଜନା କରିଛି । ରାଜ୍ୟର ୬୨୫ଥାନାରେ ଏତଲା ଦେବ ବିଜେପି । କେବଳ ସେତିକି ନୁହେଁ ୩୦ତାରିଖ ଯାଏଁ ସବୁ ଥାନା ଘେରାଉ ମଧ୍ୟ କରାଯିବ ।
ବିଜେପି ଓ କଂଗ୍ରେସ ପ୍ରତିବାଦ, ବିକ୍ଷୋଭ, ଶୋଭାଯାତ୍ରା ଜାରି ରଖିଛନ୍ତି । ତେବେ ଜବାବ ରଖି ବିଜେଡି କହିଛି ତଦନ୍ତ ଚାଲିଛି, ତାଆଗରୁ କାହାକୁ ଦୋଷୀ କହିବା ଠିକ ନୁହେଁ । ଗୋଟିଏ ପଟେ ବିଜେପି ଆନ୍ଦୋଳନ ଜୋରଦାର କରିଛି ତ ଆଉ ଗୋଟିଏ ପଟେ ମମତା ମାମଲା ଦିଲ୍ଲୀ ପର୍ଯ୍ୟନ୍ତ ଟାଣିବ ବୋଲି କହିଛି କଂଗ୍ରେସ ।
{"id":534804,"sizeSlug":"full","linkDestination":"none"}ସହ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧୀନରେ ଏକ ଏସଆଇଟି ଗଠନ କରି ଏହି ମାମଲାରେ ତଦନ୍ତ କରିବାକୁ ସେ କହିଛନ୍ତି । ଆଗାମୀ ଦିନରେ କେବଳ ରାଜ୍ୟ, ନୁହେଁ ପୂରା ଦେଶରେ ପ୍ରତିବାଦର ସ୍ୱର ଉଠିବ ବୋଲି କହିଛନ୍ତି କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲା ।
ମହାପ୍ରଭୁ ଜଗନ୍ନାଥଙ୍କ ଏହି ପବିତ୍ର ରାଜ୍ୟ ଅପରାଧ ପ୍ରଦେଶରେ ପରିଣତ ହୋଇଯାଇଥିବା ସେ କହିଛନ୍ତି । ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, ଏଠି ହତ୍ୟାକାରୀ ଏବଂ ଗୁଣ୍ଡା ଶାସନ ଗାଦିରେ ବସିଛନ୍ତି । କେବଳ ମମିତାଙ୍କ ହତ୍ୟା ହୋଇନି, ବରଂ ରାଜ୍ୟର ସବୁ ଝିଅଙ୍କ ସୁରକ୍ଷା ଉପରେ ଏକ ବଡ଼ ପ୍ରଶ୍ନଚିହ୍ନ ଲାଗିଯାଇଛି । ତେବେ ମମିତାଙ୍କୁ ନ୍ୟାୟ ପାଇଁ ଲଢେଇ ଜାରିରଖିବ କଂଗ୍ରେସ।