ଭାରତ ଯୋଡ଼ ଯାତ୍ରାର ଉଦ୍ଯାପନୀ ଉତ୍ସବରେ ଯୋଗ ଦେବାକୁ ୨୧ ବିରୋଧୀ ଦଳଙ୍କୁ ନିମନ୍ତ୍ରଣ କଲା କଂଗ୍ରେସ
11/01/2023 at 7:30 PM

ନୂଆଦିଲ୍ଲୀ: କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା କାଶ୍ମୀରରେ ଶେଷ ହେବ। ଏହି ଉଦ୍ଯାପନୀ ଉତ୍ସବରେ ଯୋଗ ଦେବା ପାଇଁ ବିରୋଧୀ ଦଳମାନଙ୍କୁ ନିମନ୍ତ୍ରଣ କଲା କଂଗ୍ରେସ। ଏନେଇ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ୨୧ ବିରୋଧୀ ଦଳର ନେତାମାନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ସେପ୍ଟେମ୍ବର ମାସରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା ଜାନୁଆରୀ ୩୦ରେ ଶ୍ରୀନଗରରେ ଶେଷ ହେବ। ତେଣୁ ଏଥିରେ ଯୋଗ ଦେବାକୁ ଏହାକୁ ସଫଳ କରିବାକୁ ଶ୍ରୀ ଖଡ଼ଗେ ବିରୋଧୀ ଦଳର ନେତାମାନଙ୍କୁ ଚିଠି ଲେଖିଛନ୍ତି।
ଖଡ଼ଗେ ଲେଖିଛନ୍ତି “ ଯାତ୍ରା ଆରମ୍ଭ ହେବା ଦିନ ଠାରୁ ଆମେ ଭାରତକୁ ଭଲପାଉଥିବା ଲୋକଙ୍କୁ ଏଥିରେ ଯୋଗ ଦେବାକୁ ନିମନ୍ତ୍ରଣ କରିଆସୁଛୁ। ରାହୁଲ ଗାନ୍ଧୀଙ୍କର ନିମନ୍ତ୍ରଣ କ୍ରମେ ବିଭିନ୍ନ ଦଳର ସାଂସଦମାନେ ଏହି ଯାତ୍ରାରେ ଚାଲିସାରିଛନ୍ତି। ମୁଁ ଜାଣିଛି। ତେବେ ତେବେ ଜାନୁଆରୀ ୩୦ ମଧ୍ୟହ୍ନରେ ଶ୍ରୀନଗରେ ଭାରତ ଯୋଡ଼ ଯାତ୍ରାରର ସମାପନ ଦିବସରେ ଯୋଗ ଦେବାକୁ ମୁଁ ବ୍ୟକ୍ତିଗତ ଭାବେ ଆପଣମାନଙ୍କୁ ନମନ୍ତ୍ରଣ କରୁଛି।”
ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ମହାତ୍ମା ଗାନ୍ଧୀଙ୍କ ପାଇଁ ଉତ୍ସର୍ଗୀକୃତ। ଯିଏକି ଘୃଣା ଓ ହିଂସା ବିରୋଧରେ ଜୀବନସାରା ଅବିରତ ଲଢେଇ କରି ସେବି ଦିନ(ଜାନୁଆରୀ ୩୦)ରେ ପ୍ରାଣ ହରାଇଥିଲେ। ଏହା ବାଦ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ବିରୋଧୀଙ୍କ ସ୍ୱର ପହଞ୍ଚାଇବାକୁ ଏହି ଯାତ୍ରା ସହଯୋଗ କରିବ ବୋଲ ଖଡଗେ କହିଛନ୍ତି। କାରଣ ସଂସଦରେ ଓ ଗଣମାଧ୍ୟମରେ ବିରୋଧୀଙ୍କ ସ୍ୱର ଦବାଇ ଦିଆଯାଉଛି। ଆଉ ଏହି ଯାତ୍ରା ସିଧା ନେତାଙ୍କୁ ଲକ୍ଷ ଲ୭ ଲୋକଙ୍କ ସହ ଯୋଡ଼ୁଛି ବୋଲି ଖଡ଼ଗେ କହିଛନ୍ତି।