ସେପଟେ ଚାଲିଛି ଭାରତ ଯୋଡ଼ୋ, ଏପଟେ ନେତା କଂଗ୍ରେସ ଛାଡ଼; ଗୋଆର ୮ ବିଧାୟକ ବିଜେପିରେ ମିଶିଲେ
14/09/2022 at 3:01 PM

ପାଣାଜୀ: ଗୋଟିଏ ପଟେ କଂଗ୍ରେସ ଭାରତ ଯୋଡ଼ୋ ଅଭିଯାନ ଚଳାଉଥିବା ବେଳେ ଅନ୍ୟପଟେ ଦଳୀୟ ନେତାମାନେ କଂଗ୍ରେସ ଛାଡ଼ ଅଭିଜାନ ଜାରି ରଖିଛନ୍ତି। ଗୋଆର ୮ କଂଗ୍ରେସ ବିଧାୟକ ଦଳ ଛାଡ଼ି ବିଜେପିରେ ସାମିଲ୍ ହୋଇଛନ୍ତି। ଏନେଇ ମଙ୍ଗଳବାର ଗୋଆର ପୂର୍ବତନ କଂଗ୍ରେସ ବିଧାୟକ ମାଇକେଲ ଲୋବୋ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ହାତ ମଜଭୁତ କରିବା ପାଇଁ କଂଗ୍ରେସ ବିଧାୟକମାନେ ବିଜେପିରେ ଯୋଗ ଦେଇଛନ୍ତି ବୋଲି ମାଇକେଲ କହିଛନ୍ତି।
ଗୋଆରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତ ଏବଂ ବିରୋଧୀ ଦଳ ନେତା ମାକେଇଲ ଲୋବୋ ଅନ୍ୟ ବିଧାୟକଙ୍କ ସହିତ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଫଳରେ ଗୋଆ ଏକ ପ୍ରକାର କଂଗ୍ରେସ ଶୂନ ହୋଇଯାଇଛି। ୮ ବିଧାୟକ ଦଳ ଛାଡ଼ିବା ପରେ ବର୍ତ୍ତମାନ ଗୋଆରେ ମାତ୍ର ୩ କଂଗ୍ରେସ ବିଧାୟକ ରହିଛନ୍ତି। ଦଳ ଛାଡ଼ିଥିବା ବିଧାୟକମାନେ ହେଲେ ଦିଗମ୍ବର କାମାତ, ମାଇକେଲ ଲୋବୋ, ଦେଲିଲାହ ଲୋବୋ, ରାଜେସ ଫାଲଦେଶାଇ, କେଦାର ନାୟକ, ସଂକଳ୍ପ ଅମୋନକର, ଆଲେଇକ୍ସୋ ସିକ୍ୟୁଏରା ଏବଂ ରୁଡଲୋଫ ଫର୍ଣ୍ଣାଣ୍ଡିଜ୍। ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ଉପସ୍ଥିତିରେ ଏମାନେ ଦଳରେ ଯୋଗ ଦେଇଛନ୍ତି।
ଆଜିର ମିଶ୍ରଣ ନେଇ ଲୋବୋ କହିଛନ୍ତି “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ହାତ ମଜଭୁତ କରିବାକୁ ଆମେ ବିଜେପିରେ ଯୋଗ ଦେଉଛି। କଂଗ୍ରେସ ଛୋଡ଼ ବିଜେପି କୋ ଯୋଡ଼।” ଦଳରେ ମିଶିବା ନେଇ ବିଧାନସଭା ସଚିବକୁ ଚିଠି ଦେଇଛନ୍ତି। ଏହି ମିଶ୍ରମଣ ସହିତ ଗୋଆରେ ଆଉ ମାତ୍ର ୩ ଜଣ କଂଗ୍ରେସ ରହିଲେ। ତେବେ କଂଗ୍ରେସ ବିଧାୟକମାନେ ବିଜେପିରେ ମିଶିବା ପରେ ବିଜେପି ବିଜେପି ପ୍ରବକ୍ତା ଶେହେଜାଦ ପୁନାୱାଲା କହିଛନ୍ତି ଗୋ ଗୋଆ ଗନ।
ସେହିପରି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି “ଆଜି ବିଜେପିରେ ଯୋଗ ଦେଇଥିବା ୮ ବିଧାୟକଙ୍କୁ ମୁଁ ସ୍ୱାଗତ କରୁଛି। କଂଗ୍ରେସ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିଛି ହେଲେ ମୁଁ ଭାବୁଛି ଗୋଆରେ କଂଗ୍ରେସ ଛାଡ଼ ଯାତ୍ରା ଆରମ୍ଭ ହୋଇଛି। ପୂରା ଦେଶରୁ କଂଗ୍ରେସ ନେତା ଦଳ ଛାଡ଼ି ବିଜେପିରେ ସାମିଲ୍ ହେଉଛନ୍ତି।”
ବିଜେପିର ମିଶ୍ରଣ ପର୍ବକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ଆପ୍। ବିଜେପିର ଅପରେସନ ଲୋଟସ ଦିଲ୍ଲୀ ଓ ପଞ୍ଜାବରେ ଫେଲ୍ ମାରିବା ପରେ ଗୋଆରେ ସଫଳ ହେଲା ବୋଲି ଆପ ନେତା ରାଘବ ଚଡ୍ଡା କହିଛନ୍ତି। ଏହା ପୂର୍ବରୁ ବିଜେପିରେ ମିଶିବା ନେଇ ଗୋଆ କଂଗ୍ରେସ ନେତାମାନଙ୍କ ପକ୍ଷରୁ ଏକ ପ୍ରସ୍ତାବ ପାରିତ ହୋଇଥିଲେ। ଏହାର ତୁରନ୍ତପରେ ୮ ବିଧାୟକ କଂଗ୍ରେସ ଛାଡ଼ି ବିଜେପିରେ ମିଶିବେ ବୋଲି ଗୋଆ ବିଜେପି ଅଧ୍ୟକ୍ଷ ସଦାନନ୍ଦ ଶେଟ୍ ତାନାଭେଦେ ସୂଚନା ଦେଇଥିଲେ।
ସୂଚନା ଥାଉକି ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ କଂଗ୍ରେସ ପାଖରେ ୧୧ ବିଧାୟକ ଥିବା ବେଳେ ବିଜେପି ପାଖରେ ୨୦ ବିଧାୟକ ଥିଲା। ହେଲେ ଏବେ ୮ କଂଗ୍ରେସ ବିଧାୟକ ବଜେପିରେ ମିଶିବା ପରେ ରାଜ୍ୟରେ ଆଉ ମାତ୍ର ୩ ବିଧାୟକ ରହିଯାଇଛନ୍ତି। ୨୦୧୯ରେ ବି ଠିକ୍ ଏଭଳି ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଥିଲା। ୧୦ କଂଗ୍ରେସ ବିଧାୟକ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।
ସେତେବେଳେ କଂଗ୍ରେସ ନେତାମାନେ ଦିଗମ୍ବର କାମାତ ଓ ମାଇକେଲ ଲୋବୋଙ୍କ ଉପରେ ଦଳକୁ ଭାଗ ଭାଗ କରିବା ଅଭିଯୋଗ ଆସିଥିଲା। ସେତେବେଳେର ଗୋଆ କଂଗ୍ରେସ ପ୍ରଭାରୀ ଦିନେଶ ଗୁଣ୍ଡୁ ରାଓ ଅଭିଯୋଗ ଆଣି କହିଥିଲେ ଯେ ବିଜେପି ଆମ ବିଧାୟକଙ୍କୁ ୨୫ କୋଟି ଲେଖାଏ ଦେଇଛି। ଏହାପରେ କଂଗ୍ରେସ ମାଇକେଲ ଲୋବୋଙ୍କୁ ବିରୋଧୀ ଦଳର ନେତା ପୋଜିସନରୁ ହଟାଇ ଦେଇଥିଲା। ତା ସହ ଦଳ ବିଧାନସଭା ସ୍ପିକରଙ୍କ ପାଖରେ ଲୋବୋଙ୍କ ବିରୋଧରେ ଫେରାଦ ବି ହୋଇଥିଲା।