suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନେତୃତ୍ୱ ପ୍ରତି ଆଙ୍ଗୁଠି ଉଠାଇ ମୁହଁ ଖୋଲିଲେ କଂଗ୍ରେସର ଚାଣକ୍ୟ ଗୋଷ୍ଠୀ ସଦସ୍ୟ ଜଗନ୍ନାଥ ପଟ୍ଟନାୟକ

9/06/2019 at 7:02 PM

ଭୁବନେଶ୍ୱର ୯/୬ : କଂଗ୍ରେସ ବିପର୍ଯ୍ୟୟ ନେଇ ଜଣକ ପରେ ଜଣେ ବରିଷ୍ଠ କଂଗ୍ରେସ ନେତା ଖୋଲିବାରେ ଲାଗିଛନ୍ତି ଦଳର ଗୁମର । ଆଜି ଅସଲ କଥାଟା କହିଦେଇଛନ୍ତି ଖୋଦ ଚାଣକ୍ୟ ଗୋଷ୍ଠୀର ସଦସ୍ୟ ଜଗନ୍ନାଥ ପଟ୍ଟନାୟକ । ଯିଏ କି ଓଡିଶାରେ କଂଗ୍ରେସକୁ ପାଓ୍ବାରକୁ ଆଣିବା ପାଇଁ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି କରିବା ଲାଗି ଦାବି କରିଥିଲେ। ସିଏ ଏବେ ନେତୃତ୍ବର ଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି।  ପୁଣି ନେତୃତ୍ବ ପରିବର୍ତ୍ତନ ସ୍ବର ଜୋର ହେବାରୁ ତଦନ୍ତ କମିଟି ରିପୋର୍ଟ ଆସିବା ପରେ ସେ ନେଇ ଆଲୋଚନା ହେବ ବୋଲି କହିଛନ୍ତି ନରସିଂହମିଶ୍ର। ….

କଂଗ୍ରେସ ବିପର୍ଯ୍ୟୟ ନେଇ ମୁହଁ ଖୋଲିଲେ ଖୋଦ କଂଗ୍ରେସର ଚାଣକ୍ୟ ଗୋଷ୍ଠୀ ସଦସ୍ୟ ଜଗନ୍ନାଥ ପଟ୍ଟନାୟକ। ନେତୃତ୍ବ ପ୍ରତି ଆଙ୍ଗୁଠି ଉଠାଇଲେ । କଂଗ୍ରେସକୁ ସଜାଡିବା ପାଇଁ ଯିଏ ଉଦ୍ୟମ କରି ନୂଆ ଟିମ ଗଢ଼ିଥିଲେ । ସେ ଆଜି କଂଗ୍ରେସ ବିପର୍ଯ୍ୟୟର ଗହନ କଥା ଖୋଲିଛନ୍ତି।  ଟିକେଟ ଦେବାରେ ଅନିୟମିତତା, ପ୍ରଚାର ପ୍ରସାର ଅଭାବ, ପରିଚଳନାଗତ ତ୍ରୁଟି ଏବଂ ନେତୃତ୍ବ ଯେଉଳି କାର୍ଯ୍ୟ କରିବା କଥା ସେପରି କଲେନି, ଯେଉଁଥିପାଇଁ ଏପରି ବିପର୍ଯ୍ୟୟ ଘଟିଲା।

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ମତ ଥିଲା, କଂଗ୍ରେସ ଭଲ ସ୍କୋର କରିବାର ସୁଯୋଗ ବି ଥିଲା। କିନ୍ତୁ ମିଳିତ ନେତୃତ୍ବ ଫେଲ ମାରିଲେ ବୋଲି ଜଗନ୍ନାଥ ପଟ୍ଟନାୟକ କହିଛନ୍ତି।

ଜଣକ ପରେ ଜଣେ ବରିଷ୍ଟ ନେତା ନେତୃତ୍ବ ପରିବର୍ତ୍ତନ କରିବାକୁ ଦାବିକଲେଣି।  ଏପଟେ ବିପର୍ଯ୍ୟୟର  କାରଣ ଖୋଜିବାକୁ ଗଠିତ ହୋଇଥିବା କମିଟି ଏବେ ୬ ଜଣିଆ ସବକମିଟି ଗଠନ କରିଛି । ଜିଲ୍ଲାକୁ ଜିଲ୍ଲା ବୁଲି କାରଣ ଖୋଜିବ ସବ କମିଟି । ସବୁ କମିଟିରେ ୩ ଜଣ ସଦସ୍ୟ ରହିବେ ।

ଏମାନେ ଅଶାୟୀ, ହାରିଥିବା ପ୍ରାର୍ଥୀ, ବୁଦ୍ଧିଜୀବୀ ଏବଂ ସାଧାରଣ ଲୋକଙ୍କୁ ଭେଟି ଆଲୋଚନା କରି ରିପୋର୍ଟ ପ୍ରସ୍ତୁତ କରିବ । ରିପୋର୍ଟ ଆସିବା ପରେ ସାଙ୍ଗଠନିକ ପରିବର୍ତ୍ତନ ନେଇ ଆଲୋଚନା ହେବ ବୋଲି କହିଛନ୍ତି ନରସିଂହ ମିଶ୍ର ।

ବିରୋଧୀ ମାନ୍ୟତା ହରାଇଲା ପରେ ବରିଷ୍ଠ ନେତାମାନେ କଂଗ୍ରେସର ସ୍ଥିତିକୁ ନେଇ ମୁହଁ ବନ୍ଦ କରିବାକୁ ଚାହିଲେ ବି ବନ୍ଦ କରିପାରୁ ନାହାନ୍ତି। ଏବେ ପୁଣି ନେତୃତ୍ବ ପରିବର୍ତ୍ତନ କଥା ଉଠିଲାଣି ଯାହାକି କଂଗ୍ରେସର ଭବିଷ୍ୟତ ରଣନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

   Related Posts