ନାମାଙ୍କନ ଦାଖଲ କଲେ କଂଗ୍ରେସ ନେତା ଜୟଦେବ ଜେନା, ନବମ ଥର ପାଇଁ ହୋଇଛନ୍ତି ପ୍ରାର୍ଥୀ
3/04/2019 at 3:09 PM

ଆନନ୍ଦପୁର୩|୪(ଶ୍ରୀକୁମାର ମିଶ୍ର): ଆନନ୍ଦପୁର ବିଧାନସଭା ମଣ୍ଡଳୀ ପାଇଁ କଂଗ୍ରେସର ବରିଷ୍ଟ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ପ୍ରାର୍ଥି ପତ୍ର ଦାଖଲ କରିଛନ୍ତି। ବହୁ ସମର୍ଥକ ଓ କଂଗ୍ରେସ କର୍ମିଙ୍କ ଗହଣରେ ଆସି ଆନନ୍ଦପୁର ଉପଜିଲ୍ଳାପାଳ ତଥା ରିଟର୍ନିଂ ଅଫିସର ଙ୍କ ନିକଟରେ ୩ସେଟ ପ୍ରାର୍ଥି ପତ୍ର ଦାଖଲ କରିଛନ୍ତି ଜୟଦେବ ଜେନା ।

ଏହାକୁ ମିଶାଇ ନବମ ଥର ପାଇଁ ସେ କଂଗ୍ରେସ ଦଳରୁ ପ୍ରାର୍ଥି ହୋଇଥଥିବାରୁ ସେ କେନ୍ଦ୍ର ନେତୃତ୍ତ୍ବ ତଥା ପିସିସି ସଭାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥର ଶାସକ ଦଳର ର୍ଦୁନୀତି ଓ ଗୁଣ୍ଡାଗିରୀ ବିରୋଧରେ କଂଗ୍ରେସ ଦଳକୁ ଲୋକେ ଭୋଟ ଦବେ ବୋଲି କହିଛନ୍ତି ଜୟଦେବ । ଏଥିସହ କଂଗ୍ରେସ ସରକାରକୁ ଆସିଲେ ଚାଷ ଓ ଚାଷୀ ର ଉନ୍ନତି କ୍ଷେତ୍ରରେ କାମ କରିବ , ବରୋଜଗାରୀ ଙ୍କୁ ରୋଜଗାର ମିଳିବପାଇଁ ଦଳ ଦେଇଥିବା ପ୍ରତିଶୃତି ପାଳନ କରିବ ବୋଲି କହିଛନ୍ତି ସେ ।

ସେପଟେ ଗତକାଲି ପ୍ରାର୍ଥୀ ପତ୍ର ଦାଖଲ କରିଥିବା ଦୁଇ ଟାଣୁଆଁ ନେତା ବିଜେଡିର ବଦ୍ରିନାରାୟଣ ପାତ୍ର ଓ ପିସିସି ନିରଂଜନ ପଟ୍ଟନାୟଙ୍କ ଭଳି ଦମ ଦେଖାଇଛନ୍ତି ଜୟଦେବ । ଆଜିର ର୍ୟାଲିରେ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମି ଙ୍କ ଭିଡ ଦେଖିବାକୁ ମିଳିଛି । କଂଗ୍ରେସ କର୍ମୀମାନେ ଆଜି ସ୍ଥାନୀୟ ଆନନ୍ଦପୁର ବ୍ରିଜ୍ ଛକଠାରୁ ଶୋଭାଯାତ୍ରାରେ ବାହାରି ଜୟଦେବଙ୍କୁ ଉପଜିଲ୍ଳାପାଳଙ୍କ କାର୍ଯ୍ୟଳୟ ଠାର ପହଁଞ୍ଚାଇଛନ୍ତି।

ସୂଚନାଯୋଗ୍ୟ ଯେ, ଜୟଦେବ ଜେନା ୧୯୮୦ରୁ କଂଗ୍ରେସ ପ୍ରର୍ଥୀ ଭାବେ ଆନନ୍ଦପୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ଆସୁଛନ୍ତି । ୧୯୮୦ରେ ସେ ବିଜୟୀ ହୋଇଥିବା ବେଳେ ଲଗାତର ଦ୍ବିତୀୟ ଥର ପାଇଁ ମଧ୍ୟ ସେ ୧୯୮୫ ମସିହାରେ ବିଜୟୀ ହୋଇଥିଲେ । ତେବେ ୧୯୯୦ ମସିହା ନିର୍ବାଚନରେ ସେ ପରାସ୍ତ ହୋିଥିଲେ । ପୁଣି ୧୯୯୫ ମସିହାରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ୨୦୦୦ ମସିହାରେ ହାରିଯାଇଥିଲେ । ତେବେ ୨୦୦୪ ମସିହାରେ ପୁଣି ନିର୍ବାଚନ ଜିତିଥିଲେ । ୨୦୦୯ ଓ ୨୦୧୪ ଲଗାତର ଦୁଇଟି ନିର୍ବାଚନରେ ସେ ହାରିଛନ୍ତି । ଆନନ୍ଦପୁରରେ ଏଥର ବିଜେଡି ବିଜେପି ଟିକେଟ ପାଇଥିବା ଭାଗିରଥୀ ସେଠୀଙ୍କୁ ପ୍ରାର୍ଥୀ କରିଛି । ଭାଗିରଥୀ ସେଠୀ ବିଜେଡିରୁ ପ୍ରାର୍ଥୀ ହେବାପରେ ସେଠାରେ ବିଜେପି ଆଲୋକ ସେଠୀଙ୍କୁ ପ୍ରାର୍ଥୀ କରିଛି । ବିଜେଡି ବିଧାୟକ ମାୟାଧର ଜେନା ଏଥର ସେଠାରେ ଟିକେଟ ପାଇ ନାହାନ୍ତି । ଫଳରେ ଭାଗିରଥୀ, ଆଲୋକ ଏବଂ ଜୟଦେବଙ୍କ ମଧ୍ୟରେ ଏଥର ଜୋରଦାର ଲଢେଇ ହେବ ବୋଲି ଆଲୋଚନା ହେଉଛି ।