Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ବିଜେପିର ଅଭିଯୋଗ ନିରାଧାର,ଏହା ସୁପ୍ରିମକୋର୍ଟଙ୍କ ରାୟର ଗୁରୁତର ଉଲ୍ଲଂଘନ କହିଲା କଂଗ୍ରେସ୍

26/06/2022 at 5:55 PM

ନୂଆଦିଲ୍ଲୀ ୨୬।୬: କଂଗ୍ରେସ ରବିବାର ବିଜେପିର ଅଭିଯୋଗକୁ ନିରାଧାର କହିଛି, ଯେଉଁଥିରେ ୨୦୦୨ ଦଙ୍ଗାକୁ ନେଇ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କାର୍ଯ୍ୟକର୍ତ୍ତା ତିସ୍ତା ଶୀତଲୱାଡଙ୍କ ଅଭିଯାନ ପଛରେ ସୋନିଆ ଗାନ୍ଧିଙ୍କ ହାତ ଥିବାର ଅଭିଯୋଗ  କରାଯାଇଥିଲା।  ଏପରି ଅଭିଯୋଗ ସୁପ୍ରିମକୋର୍ଟଙ୍କ ରାୟର ଉଲ୍ଲଂଘନ ବୋଲି ମଧ୍ୟ କଂଗ୍ରେସ କହିଛି।

ଉଲ୍ଲେଖ ଯୋଗ୍ୟ ଯେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଦିନକ ପୂର୍ବରୁ ଏକ ସମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରଙ୍କ ଶିକ୍ଷା ବିଭାଗ ଶୀତଲୱାଡାଙ୍କ ଦ୍ୱାରା ସଞ୍ଚାଳିତ ଏନଜିଓକୁ ୧.୪କୋଟି ଟଙ୍କା ଦେଇଥିବା ଓ ଏହି ଅର୍ଥକୁ ସେ ଭାରତକୁ ବଦନାମ କରିବା ତଥା ମୋଦିଙ୍କ ବିରୋଧରେ ଅଭିଯାନ ଚଳାଇବା ଲାଗି ଉପଯୋଗ କରିଥିବା ଅଭିଯୋଗ କରିଥିଲେ। ସେ କହିଥିଲେ ଯେ ଏହି ଅଭିଯାନରେ ସେ ଏକାକୀ ନଥିଲେ ଏଥିରେ ସୋନିଆ ଗାନ୍ଧି ଓ କଂଗ୍ରେସ ପାର୍ଟି ତାଙ୍କ ପ୍ରେରକ ଶକ୍ତି ଥିଲେ ବୋଲି କହିଥିଲେ।

ଏହି ପ୍ରତିକ୍ରିୟାକୁ ନେଇ କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂଘବୀ ଏକ ଟ୍ୱିଟ୍‌ କରିଛନ୍ତି। ଏଥିରେ ବିଜେପି ମୁଖପାତ୍ରଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ କପୋଳ କଳ୍ପିତ ବୋଲି ଉଲ୍ଲେଖ କରିଛନ୍ତି। ଏପରି ଅଭିଯୋଗକୁ କଂଗ୍ରେସ ପାର୍ଟି କଡା ନିନ୍ଦା କରୁଥିବା ସେ ଟ୍ୱିଟ୍‌ରେ ଲେଖିଛନ୍ତି। ଏପରି ଅଭିଯୋଗ ସିଧାଶଳଖ ସୁପ୍ରିମକୋର୍ଟଙ୍କ ଆଦେଶର ଉଲ୍ଲଂଘନ ବୋଲି ମଧ୍ୟ କହିଛନ୍ତି ମନୁ।

ସୁପ୍ରିମକୋର୍ଟ ଶୁକ୍ରବାର ତାଙ୍କ ଆଦେଶରେ ୨୦୦୨ ଗୋଧ୍ରା ଦଙ୍ଗା ମାମଲାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଦ୍ୱାରା ମୋଦି ଓ ଅନ୍ୟମାନଙ୍କୁ ଦିଆଯାଇଥିବା କ୍ଲିନଚିଟ୍ ଚାଲେଞ୍ଜ କରୁଥିବା ଆବେଦନକୁ ଖାରଜ କରିଦେଇଥିଲେ। ଶୀତଲୱାଡାଙ୍କ ଏନଜିଓ ଜାକିୟା ଜାଫ୍ରିଙ୍କ ସମର୍ଥନ କରିଥିଲା। ଜାଫରୀ ତାଙ୍କ ଆଇନଗତ ସଂଘର୍ଷରେ ଦଙ୍ଗା ପଛରେ ଏକ ବଡ଼ ଷଡ଼ଯନ୍ତ୍ରର ଅଭିଯୋଗ କରି ପିଟିସନ ଦାୟର କରିଥିଲେ। ଜାଫରୀ ଙ୍କ ପତି ତଥା କଂଗ୍ରେସର ପୂର୍ବତନ ସାଂସଦ ଏହସାନ ଜାଫରୀ ଏହି ଦଙ୍ଗାରେ ପ୍ରାଣ ହରାଇଥିଲେ।

   Related Posts