ଅକ୍ଟୋବର ୭ରେ ଭଦ୍ରକ ବନ୍ଦ ଡାକରା, ମେଡିକାଲ କଲେଜ ପ୍ରତିଷ୍ଠା ଓ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି

Published By : Prameya-News7 Bureau | August 12, 2022 IST

ଭଦ୍ରକ ୧୨।୮: ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଓ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟର ମାନ୍ୟତା ଦାବି ନେଇ ଭଦ୍ରକ ବନ୍ଦ ଡାକରା ଦେଇଛି ଭଦ୍ରକ ଜିଲ୍ଲା କଂଗ୍ରେସ । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

ଭଦ୍ରକ ଜିଲ୍ଲା ମଧ୍ୟ ଦେଇ ୧୬ ନମ୍ବର ଜାତୀୟ ରାଜପଥ ଯାଇଥିବା ବେଳେ ଆଖପାଖ ଜିଲ୍ଲାର ପ୍ରାୟ ୭ ଲକ୍ଷ ଲୋକ ଭଦ୍ରକ ଜିଲ୍ଲାର ମେଡିକାଲ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଭଦ୍ରକ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ବହୁ ଅସୁବିଧା ରହିଛି । ଜିଲ୍ଲାବାସୀଙ୍କ ଦାବିକୁ ନେଇ କଂଗ୍ରେସ ମେଡିକାଲ କଲେଜ ପ୍ରତିଷ୍ଠା ସ୍ବର ଉଠାଇଛି ।

ସେହିଭଳି ଓଡିଶାର ଦ୍ଵିତୀୟ ସର୍ବବୃହତ୍ତମ ମହାବିଦ୍ୟାଳୟ ଭଦ୍ରକ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟର ମାନ୍ୟତା ଦାବି କରିଛି । ତେବେ ଏହି ଦାବି ପୂରଣ ନହେଲେ ଜିଲ୍ଲା କଂଗ୍ରେସ ଭିନ୍ନ ଭିନ୍ନ ଉପାୟରେ ପ୍ରତିବାଦ କରିବ । ଆସନ୍ତା ଅଗଷ୍ଟ ୯ ତାରିଖରୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଦସ୍ତଖତ ଅଭିଯାନ କରାଯିବ । ଅକ୍ଟୋବର ୭ ତାରିଖ ଦିନ ଭଦ୍ରକ ଜିଲ୍ଲା ବନ୍ଦ କରାଯିବ । ପରେ ଅକ୍ଟୋବର ମାସ ୯ ତାରିଖ ଦିନ ଜିଲ୍ଲାବାସୀଙ୍କ ସ୍ବାକ୍ଷର ସମ୍ବଳିତ ଦାବିପତ୍ରକୁ ନେଇ ଗୋପବନ୍ଧୁ ଜୟନ୍ତୀରେ ଭଦ୍ରକରୁ ଭୁବନେଶ୍ବର ପର୍ଯ୍ୟନ୍ତ ପଦଯାତ୍ରା କରାଯିବା ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.