ହାଜତ ମୃତ୍ୟୁ ଘଟଣା : କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ ପାଳନ

Published By : Prameya-News7 Bureau | December 03, 2020 IST

ରାଉରକେଲା ୩।୧୨: ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ । ବନ୍ଦ ଡ଼।କରା ଦେଇଛି ଜିଲ୍ଲା କଂଗ୍ରେସ ।  ବୀରମିତ୍ରପୁର ହାତଜ ମୃତ୍ୟୁ ଘଟଣାକୁ ନେଇ ଏହି ବନ୍ଦ ଡ଼।କରା ପାଳନ କରାଯାଉଛି । ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଜର୍ଜ ତିର୍କୀଙ୍କ ନେତୃତ୍ବରେ ଏହି ବନ୍ଦ ପାଳନ କରାଯାଉଛି ।

{"id":177342,"sizeSlug":"large"}

ସୂଚନାଯୋଗ୍ୟ ଯେ, ବ୍ୟବସାୟୀ ପ୍ରଦୀପ କୁଣ୍ଡୁଙ୍କ ଅପହରଣର ମୁଖ୍ୟ ଅଭିଯୁକ୍ତ ତାରିକ ସଲିମକୁ ଝାଡ଼ଖଣ୍ଡ ସିମ୍ଡ଼େଗାରୁ ଗିରଫ କରିଥିଲା । ପରେ ବୀରମିତ୍ରପୁର ଥାନା ହାଜତରେ ଗତ ୧୮ତାରିଖ ରାତିରେ ପୋଲିସ ହାଜତ ଭିତରେ ପିଟି ପିଟି ମାରିଦେଇଥିବା ପରିବାର ଲୋକେ ୧୯ ତାରିଖ ସକାଳୁ ବୀରମିତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହାତଜରେ ମୃତ୍ୟୁ ହେବା ପରେ ବୀରମିତ୍ରପୁର ଥାନା ମହିଳା ଆଇଆଇସିଙ୍କୁ ନିଲମ୍ବିତ କରାଯାଇଛି ।

{"id":371698,"sizeSlug":"large"}

ହେଲେ କଂଗ୍ରେସ ଏଥିରେ ସନ୍ତୁଷ୍ଟ ନୁହେଁ । ଦୋଷୀ ପୋଲିସ କର୍ମଚାରୀଙ୍କୁ ୩୦୨ ଦଫାରେ ଗିରଫ, ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ହାଜତ ମୃତ୍ୟୁ ଘଟଣାର ଜୁଡିସିଆଲ ତଦନ୍ତ ଦାବି କରିଛି କଂଗ୍ରେସ । ଅନ୍ୟପଟେ ମୃତ ତାରିକ ସଲିମଙ୍କ ପରିବାର ବୀରମିତ୍ରପୁର ଥାନାରେ ଦେଇଥିବା ଲିଖିତ ଅଭିଯୋଗକୁ ପ୍ରତ୍ୟାହୃତ କରିନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.