ଭୁବନେଶ୍ବର ୧୯/୧: ବାଉନସରକୁ ନେଇ କଂଗ୍ରେସରେ ଏବେ ଥମୁନି ଚର୍ଚ୍ଚ। । ପିସିସି ସଭାପତି ମନା କରିବାପରେ ଘଟଣା ଏବେ ନୂଆ ମୋଡ ନେଇଛି । କଂଗ୍ରେସ ଭବନରେ ବାଉନସର ପିଶିଥିବାରୁ ଏହାର ତଦନ୍ତ କରିବାକୁ ଦାବି କରିଛନ୍ତି କିଛି ବରିଷ୍ଠ ନେତା । ଯେହେତୁ ପିସିସି ସଭାପତି ଓ ପ୍ରଭାରୀ ଉପସ୍ଥିତିରେ ଏ ଘଟଣା ଘଟିଛି ସେଥିପାଇଁ ଏଆଇସିସିର ଏକ ଟିମ ଆସି ତଦନ୍ତ କରୁ ବୋଲି ଦାବି କରିଛନ୍ତି ଶରତ ରାଉତ । ଏପଟେ କଂଗ୍ରେସରୁ ରିଟାର୍ଡ ହଟ୍ଙ୍କୁ ତଡିବା ପାଇଁ ଚାଲିଛି ରଣନୀତି । …
{"id":213469,"sizeSlug":"large"}କଂଗ୍ରେସ ଭବନରେ କିଏ ପୁରାଇଲା ବାଉନସର । କାହାର ଇସାରାରେ ଆସିଥିଲେ। କାହାର ସୁରକ୍ଷା ପାଇଁ ଆସିଥିଲେ। ଆଉ କାହାଠାରୁ ସୁରକ୍ଷା ଦେଉଥିଲେ। ଥମୁନାହିଁ କଂଗ୍ରେସର ଭିତିରିଆ ରାଜନୀତି। ପିସିସି ସଭାପତି ଓ ପ୍ରଭାରୀ କଂଗ୍ରେସ ଭବନରେ ଉପସ୍ଥିତ ଥିବା ବେଳେ ଏଭଳି ଗୁଣ୍ତାରାଜ କରବାକୁ କିଏ ସାହାସ କଲା ବୋଲି ପ୍ରଶ୍ନ କରିଛି କିଛି ବରିଷ୍ଠ ନେତା । ଯଦି ସଭାପତି ଜାଣିନାହାନ୍ତି ତାହେଲେ ଏଆଇସିସି ପକ୍ଷରୁ ଏକ ଟିମ ପଠାଯାଇ ଘଟଣାର ତଦନ୍ତ କରାଯାଉ । ଯେଉଁଥିରୁ କିଏ ସେ ବାଉନ୍ସରଙ୍କ ସର୍ଦ୍ଦାର କିଏ ତାହା ସ୍ପଷ୍ଟ ହୋଇଯିବ। ।
ସେପଟେ ପିସିସି ପୁନର୍ଗଠନ ପ୍ରକ୍ରିୟା ବି ଚାଲିଛି। ଏଣିକି କଂଗ୍ରେସର ବିଭିନ୍ନ ପଦପଦବୀ ପାଇଁ ୪୦ରୁ ୪୫ ବର୍ଷ ବ୍ୟକ୍ତିଙ୍କୁ ପ୍ରଧାନ୍ୟ ଦିଆଯିବ। ବର୍ତ୍ତମାନ ସଙ୍ଗଠନକୁ ୭୦ ବର୍ଷରୁ ଅଧିକ ବୟସ ହୋଇଥିବା ନେତା ମାଡି ବସିଛନ୍ତି। ତେଣୁ ସେମାନଙ୍କ ସ୍ଥାନରେ ଯୁବକଙ୍କୁ ସଂଙ୍ଗଠନରେ ସାମିଲ କରିବାକୁ ଦାବି ହେଉଛି ।
{"id":213470,"sizeSlug":"large"}କଂଗ୍ରେସ ସଙ୍ଗଠନ ମଜବୁତ କରିବା ପାଇଁ ଜୋରଦାର ପ୍ରୟାୟ କରୁଛି। କିନ୍ତୁ ଦୀର୍ଘ ଦିନ ଧରି କ୍ଷମତାରୁ ଦୂରେଇ ରହିଥିବା ଦଳ ପାଇଁ ଧିରେ ଧିରେ ଅନ୍ତର୍ଦ୍ବନ୍ଦ୍ବ ହିଁ ବଡ଼ ଚ୍ୟାଲେଞ୍ଜ ହେବାରେ ଲାଗିଲାଣି।