ଅର୍ଥ ମନ୍ତ୍ରୀଙ୍କୁ କଂଗ୍ରେସର କଟାକ୍ଷ- ଏପଟ ସେପଟ କଥା ନକହି, ବ୍ୟାଙ୍କ କାହିଁକି ଲୁଟିଲ କୁହ

Published By : Prameya-News7 Bureau | April 29, 2020 IST

ନୂଆଦିଲ୍ଲୀ ୨୯।୦୪: ଦେଶର ବଡ ବଡ ବ୍ୟାଙ୍କ ଋଣ ଖିଲାପକାରୀଙ୍କୁ ନେଇ ସଂପ୍ରତି କଂଗ୍ରେସ ବିଜେପିକୁ ଘେରିଛି। ଗତକାଲି ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଥିବା ବେଳେ ଆଜି କଂଗ୍ରେସ ନେତା ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟାର୍ଗେଟ୍ କରିଛନ୍ତି। କଂଗ୍ରେସ ବୁଧବାର କହିଛି ଯେ, ଅନେକ ପୁଞ୍ଜିପତିଙ୍କ ୬୮୦୦୦ କୋଟିରୁ ଅଧିକ ଋଣକୁ ଛାଡ ତାଲିକାରେ ସାମିଲ କରିବା ସଂପର୍କିତ ରିପୋର୍ଟକୁ ନେଇ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଦେଶକୁ ଭ୍ରମିତ କରିବା ବଦଳରେ ସତ କହିବା ଉଚିତ୍। ପାର୍ଟିର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା ଟୁଇଟ୍ କରି କହିଛନ୍ତି ଯେ, ଦେଶକୁ ଭ୍ରମିତ କରିବା ବଦଳରେ ନିର୍ମଳା ସୀତାରମଣଙ୍କୁ ସତ କହିବା ଉଚିତ୍, ଏହା ତାଙ୍କର ରାଜଧର୍ମ।

ମୋଦୀ ସରକାର ୨୦୧୪-୧୫ ମଧ୍ୟରେ ସାଢେ ପାଞ୍ଚ ବର୍ଷରେ ଋଣ ଖିଲାପକାରୀଙ୍କ ୬,୬୬,୦୦୦ କୋଟି ଟଙ୍କା ଋଣକୁ ଛାଡ ଖାତାରେ କଣ ପାଇଁ ସାମିଲ କଲେ ?  ସୁରଜେଓ୍ଵାଲା ପ୍ରଶ୍ନ କରିଛନ୍ତି ସରକାର ୯୫ ଋଣ ଖିଲାପକାରୀଙ୍କ ୬୮, ୬୦୭  କୋଟି ଟଙ୍କା ଋଣ ଛାଡ କରିବା ରିଜର୍ଭ ବ୍ୟାଙ୍କର ଆରଟିଆଇ ଜବାବ କଣ ଠିକ୍ ? ମୋଦୀ ସରକାର ଦେଶର ପଇସା ନେଇ ଫେରାର  ହୋଇଥିବା ଘୋଟାଲାବାଜ ନିରବ ମୋଦୀ ଏବଂ ମେହୁଲ ଚୋକସି(୮,୦୪୮ କୋଟି ଟଙ୍କା), ଜତିନ ମେହଟ୍ଟା(୬,୦୩୮ କୋଟି ଟଙ୍କା), ମାଲ୍ୟା(୧୯୪୩ କୋଟି ଟଙ୍କା) ଏବଂ ଅନ୍ୟ ମିତ୍ରଙ୍କ ଋଣକୁ କଣ ପାଇଁ ଛାଡ କରିବା ଖାତାରେ ଅନ୍ତର୍ଭୁକ୍ତ କରାଗଲା ?

{"id":262030,"sizeSlug":"large"}

ସୁରଜେଓ୍ଵାଲା ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ,  ୬ ଲକ୍ଷ ୬୬ ହଜାର କୋଟି ଟଙ୍କାର ଋଣକୁ ଛାଡ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ସରକାରରେ କିଏ ଅନୁମତି ଦେଇଛି ଏବଂ କଣ ପାଇଁ ଦେଇଛି ? ସେ ଦୃଢୋକ୍ତି ପ୍ରକାଶ କରି କହିଛନ୍ତି ଯେ, ୬ ଲକ୍ଷ ୬୬ ହଜାର କୋଟି ଟଙ୍କା ଋଣକୁ ଛାଡ ତାଲିକାରେ ସାମିଲ କରିବାକୁ ସିଷ୍ଟମର ସ୍ଵଚ୍ଛତା କୁହାଯାଏ ନାହିଁ। ଏହାକୁ ବ୍ୟାଙ୍କରେ ଜମା ଜନତାଙ୍କ ଝାଳବୁହା ଜମା ପଇସାକୁ ଚଳୁ କରିବା କୁହାଯାଏ। କଂଗ୍ରେସ ନେତା କହିଛନ୍ତି  ସରକାର ଏପଟେ ସେପଟେ କଥା ନକରି ବ୍ୟାଙ୍କ କାହିଁକି ଲୁଟିଲ ତାର ଉତ୍ତର ଦିଅ।

{"id":262031,"sizeSlug":"large"}

ଉଲ୍ଲେଖଯୋଗ୍ୟ, କଂଗ୍ରେସ ଦାବି କରିଛି ଯେ, ଏପ୍ରିଲ ୨୪ରେ ଆରଟିଆଇ ଜବାବରେ ରିଜର୍ଭ ବ୍ୟାଙ୍କ ଚାଞ୍ଚଲ୍ୟକର ଖୁଲାସା କରି ୫୦ ସବୁଠୁ ବଡ ବ୍ୟାଙ୍କ ଋଣ ଖିଲାପକାରୀଙ୍କ ୬୮, ୬୦୭ କୋଟି ଟଙ୍କା ଛାଡ କରିବା କଥା ସ୍ଵୀକାର କରିଛି। ଏଥିରେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ଓ ନିରବ ମୋଦୀର ନାମ ସାମିଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.