ଡିସେମ୍ବର ପହିଲାରୁ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ କଂଗ୍ରେସର ତୁଳସୀ ଯାତ୍ରା

Published By : Prameya-News7 Bureau | November 13, 2023 IST

ଭୁବନେଶ୍ବର ୧୩।୧୧: ତୁଳସୀ ଯାତ୍ରା ଆରମ୍ଭ କରିବ କଂଗ୍ରେସ । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ ଏଭଳି ସୂଚନା ଦେଇଛନ୍ତି । ସେ କହିଛନ୍ତି ଡିସେମ୍ବର ୧ ତାରିଖରେ ହେବ ତୁଳସୀ ଯାତ୍ରା । ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ହେବ ଏହି ତୁଳସୀ ଯାତ୍ରା । କଂଗ୍ରେସ କର୍ମୀ ଓ ନେତା ପଞ୍ଚାୟତରୁ ବ୍ଲକ, ବ୍ଲକରୁ ଜିଲ୍ଲା ତୁଳସୀ ସଂଗ୍ରହ କରି ଆଣିବେ । ଜିଲ୍ଲା ସଭାପତିମାନେ ଏହି ତୁଳସୀକୁ ଭୁବନେଶ୍ୱରକୁ ଆଣି କଂଗ୍ରେସ ଭବନରୁ ତୁଳସୀ ଯାତ୍ରା ଆରମ୍ଭ ହେବ ।

ଆଗରୁ କଂଗ୍ରେସ ଦଳ ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲିବା, ରତ୍ନ ଭଣ୍ଡାର ଖୋଲି ଏହାର ମରାମତି ଏବଂ ଗଣତି କାରିବାକୁ ଦାବି କରିଆସୁଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଲେନାହିଁ । ସେଥିପାଇଁ ଏବେ ତୁଳସୀ ଯାତ୍ରା ଆରମ୍ଭ କରିବ ଦଳ । ସରକାର ଯେପର୍ଯ୍ୟନ୍ତ କଂଗ୍ରେସ ଦଳର ଦାବୀକୁ ପୂରଣ କରିନାହାନ୍ତି ସେପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ।

ସେପଟେ ଦଳର ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ତୁଳସୀ ଯାତ୍ରା ଫଳରେ ଭକ୍ତଙ୍କ ମଧ୍ୟରେ ଜନଜାଗରଣ ହେବ । ଏହାର ପ୍ରଭାବ ସରକାରଙ୍କ ଉପରେ ନିଶ୍ଚିନ୍ତ ପଡିବ । ସରକାର କହୁଛନ୍ତି ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମାକୁ ଲୋକାର୍ପଣ କରିବେ । ଆମର ପ୍ରଶ୍ନ ହେଉଛି ଏହି ପ୍ରକଳ୍ପର ରୂପରେଖ କ’ଣ ? କେତେ ଅର୍ଥ ଏ ବାବଦରେ ଖର୍ଚ୍ଚ ହୋଇଛି, କିଏ ଏହାର ଟେଣ୍ଡର ନେଇଛି ତାହା ସ୍ପଷ୍ଟ କରନ୍ତୁ ସରକାର । ଏ ଦିଗରେ ଶ୍ଵେତପତ୍ର ଜାରି କରନ୍ତୁ ବୋଲି କଂଗ୍ରେସ କହିଛି ।

You Can Read :

wp:embed {"url":"https://www.prameyanews7.com/fire-panic-in-shalimar-puri-dhauli-express/","type":"wp-embed","providerNameSlug":"prameya-news-7"}
https://www.prameyanews7.com/fire-panic-in-shalimar-puri-dhauli-express/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.