ତ୍ରିପୁରା ନର୍ବାଚନ ୨୦୨୩: ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ
28/01/2023 at 6:41 PM

ଦିଶପୁର: ତ୍ରିପୁରା ନର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ। ପ୍ରଥମ ପର୍ଯ୍ୟାୟରେ ୧୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ। କଂଗ୍ରେସ ରାଜ୍ୟରେ ସିପିଆଇଏମ୍ ସହ ମିଶି ନିର୍ବାଚନ ଲଢ଼ିବ। ପୂର୍ବତନ ବିଜେପି ମନ୍ତ୍ରୀ ତଥା ଅଗରତାଲାରୁ ବିଧାୟକ ଥିବା ସୁଦୀପ ରୟ ବର୍ମନ କଂଗ୍ରେସ ପକ୍ଷୁ ଅଗର ତାଲାରୁ ହିଁ ନିର୍ବାଚନ ଲଢ଼ିବେ।
ଫେବ୍ରୁଆରୀ ୧୬ ତାରିଖରେ ଭୋଟ୍ ଗ୍ରହଣ ହେବ। ହେଲେ ତା ପୂର୍ବରୁ ଦଳ ପ୍ରଚାର ଅଭିଯାନ ଆରମ୍ଭ କରିଛି। ଏନେଇ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି କଂଗ୍ରେସ। ଦଳ ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଅଧୀର ରଞ୍ଜନ ଚୌଧୁରୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଭୂପେଶ ବଘେଲ, ଅଶୋକ ଗେହେଲୋଟ, ସଚିନ ପାଇଲଟ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଷ୍ଟାର ପ୍ରଚାର ତାଲିକାରେ ରହିଛନ୍ତି।
ସୂଚନା ଥାଉକି କଂଗ୍ରେସ ପୂର୍ବରୁ ସହଯୋଗୀ ସିପିଆଇଏମ୍ ନିଜ ଦଳରୁ ୪୭ ପ୍ରାର୍ଥୀ ଘୋଷଣା କରିଛି। ୪୭ ଆସନରୁ ସିପିଆଏମ୍ ୪୩ରେ ନିର୍ବାଚନ ଲଢ଼ିବାକୁ ଥିବା ବେଲେ ସଂହଯୋଗୀ ସିପିଆଇ, ଆର୍ଏସ୍ପି ଓ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ପ୍ରତ୍ୟେକ ଗୋଟିଏ ଲେଖାଏ ଆସନରେ ନିର୍ବାଚନ ଲଢିବେ। ବାମ ଦଳ ଏଥର ରାଜ୍ୟରେ ୨୪ ଜଣ ନୂଆ ମୁହଁକୁ ରାଜନୀତିରେ ଛାଡ଼ିବ ବୋଲି ଘୋଷଣା କରିଛି।

୨୦୧୮ରେ ବିଜେପି କ୍ଷମତାକୁ ଆସିବା ପୂର୍ବରୁ ମାଣିକ ସରକାରଙ୍କ ସରକାରରେ କଂଗ୍ରେସ ବିରୋଧୀ ଦଳର ଭୂମିକା ନିଭାଉଥିଲା। ହେଲେ ବିଜେପି କ୍ଷମତାକୁ ଆସିବା ପରେ ଦୁହେଁ ମିଶି ରାଜ୍ୟରେ ଦଳକୁ ଦେବାକୁ ମେଣ୍ଟ କରି ନିର୍ବାଚନ ଲଢ଼ୁଛନ୍ତି। ୨୦୧୮ରେ ୬୦ ଆସନ ବିଶିଷ୍ଟ ତ୍ରିପୁରାରେ ବିଜେପି ୩୬ ଆସନ ଦଖଲ କରିଥିଲା। ସିପିଆଏମ୍ ୧୬ ଆଇପିଏଫ୍ଟି ୮ଟି ଆସନ ମିଳିଥିବା କଂଗ୍ରେସ ଖାତା ବି ଖୋଲିପାରି ନଥିଲା।
ଜାନୁଆରୀ ୧୮ ତାରିଖରେ ତ୍ରିପୁରା ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଥିଲା। ଫେବ୍ରୁଆରୀ ୧୬ ତାରିଖରେ ଭୋଟିଂ ହେବ ଓ ମାର୍ଚ୍ଚ ଦୁଇ ତାରିଖରେ ଭୋଟ ଗଣତି ହେବ ବୋଲି ନିର୍ବାଚନ କମିଶନ ଘୋଷଣା କରିଥିଲେ। କହି ରଖୁଛୁ ଯେ ତ୍ରିପୁରା ବିଧାନସଭାର କାର୍ଯ୍ୟକାଳ ୨୨ ମାର୍ଚ୍ଚରେ ଶେଷ ହେଉଛି।
ବିଜେପି ପ୍ରାର୍ଥୀ ଚାଲିକାରେ ନାହିଁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁ
କଂଗ୍ରେସ ପୂର୍ବରୁ ଆଜି ବିଜେପି ୪୭ ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି। ତେବେ ଏହି ତାଲିକାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳପ ଦେବଙ୍କ ନାଁ ନାହିଁ। ତାଙ୍କ ନିର୍ବାଚନ ମଣ୍ଡଳି ବନମାଳିପୁରରୁ ରାଜ୍ୟ ବିଜେପି ମୁଖ୍ୟ ରାଜୀବ ଭଟ୍ଟାଚାର୍ଯ୍ୟଙ୍କୁ ପ୍ରାର୍ଥୀ କରାଯାଇଛି। ତେଣୁ ସେ ଚଳିତ ଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତା ସତ ପରି ମନେ ହେଉଛି।
ସେହିପରି ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ମାଣିକ ସାହ ବର୍ଦୋୱାଲିରୁ ନର୍ବାଚନ ଲଢ଼ିବା ନେଇ ସ୍ଥିର ହୋଇଛି। କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ ଧନପୁର ଆସନରୁ ନିର୍ବାଚନ ଲଢ଼ିବେ।
୬୦ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପର୍ଯ୍ୟାୟରେ ୪୮ ପ୍ରାର୍ଥୀଙ୍କ ତାଲିକା ଜାରି କରିଥିବା ବେଳେ ବାକି ୧୨ ପ୍ରାର୍ଥୀଙ୍କ ତାଲିକା ଦଳ ଖୁବ୍ଶୀଘ୍ର ଘୋଷଣା କରାଯିବ ବୋଲି ବିଜେପି କହିଛି।