ଆସିଲା କଂଗ୍ରେସର ବିଧାନସଭା ପ୍ରାର୍ଥୀ ତାଲିକା, ୭୫ଟି ବିଧାନସଭା ଆସନ ପାଇଁ ଘୋଷଣା

Published By : Prameya-News7 Bureau | April 14, 2024 IST

twitter

ଭୁବନେଶ୍ୱର: ଆସିଲା କଂଗ୍ରେସର ବିଧାନସଭା ପ୍ରାର୍ଥୀ ତାଲିକା। ୭୫ଟି ବିଧାନସଭା ଆସନ ପାଇଁ ତାଲିକା ଘୋଷଣା କରିଛି କଂଗ୍ରେସ। ଭଣ୍ଡାରୀପୋଖରୀରୁ ନିରଞ୍ଜନ ପଟ୍ଟନାୟକ ଓ ଆନନ୍ଦପୁରରୁ ଜୟଦେବ ଜେନା ପ୍ରାର୍ଥୀ ହୋଇଛନ୍ତି। ସେହିପରି ଅତାବିରାରୁ ଅଭିଷେକ ସେଠ୍‌, ତଳସରାରୁ ଦେବେନ୍ଦ୍ର ଭିଟାରିଆ ଓ ତଳସରାରେ ପ୍ରବୋଧ ତିର୍କୀଙ୍କ ବଦଳରେ ଦେବେନ୍ଦ୍ର ପ୍ରାର୍ଥୀ ହୋଇଛନ୍ତି।

ପୂର୍ବରୁ ୪୭ ବିଧାନସଭା ସିଟରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିସାରିଛି କଂଗ୍ରେସ। ଘୋଷଣା କରିଥିବା ୪୭ ଆସନ ମଧ୍ୟରୁ ୫ ବିଧାୟକଙ୍କୁ ରିପିଟ୍ କରିଥିଲା ଦଳ। କଣ୍ଟାବାଞ୍ଜିରୁ ସନ୍ତୋଷ ସିଂ ସାଲୁଜା, ଜୟପୁରରୁ ତାରାପ୍ରସାଦ ବାହିନୀପତି, ସାନଖେମୁଣ୍ଡିରୁ ରମେଶ ଚନ୍ଦ୍ର ଜେନା, ରାଜଗାଙ୍ଗପୁରରୁ ରାଜନ୍ ଏକ୍କା ଏବଂ ମୋହନାରୁ ଦାଶରଥୀ ଗମାଙ୍ଗ। ପାରଳାଖେମୁଣ୍ଡିରୁ ପ୍ରାର୍ଥୀ ଭାବେ ପୂର୍ବତନ ମୁଖ୍ୟ ପ୍ରଶାସକ ବିଜୟ ପଟ୍ଟନାୟକ ନାଁ ଘୋଷଣା କରିଥିଲା କଂଗ୍ରେସ । ତେବେ ଆଜି ଆଉ ୭୫ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଆଜିର ଘୋଷଣା ପରେ ୧୨୪ ସିଟରେ ପ୍ରାର୍ଥୀ ଦେଇଛି କଂଗ୍ରେସ। ସେହିପରି ବିଜେପି ୧୧୨ ଆସନ ଓ ବିଜେଡି ୧୧୭ ଆସନ ପାଇଁ ଘୋଷଣା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.