LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବେରୋଜଗାର ଯୁବକଙ୍କ ପାଇଁ ‘ଯୁବ ନିଧି’ ଯୋଜନା ଘୋଷଣା କଲା କଂଗ୍ରେସ, ମାସକୁ ମିଳିବ ଏତିକି ଟଙ୍କା !

20/03/2023 at 5:06 PM

ବେଲଗାଭି: ବିଧାନସଭା ନିର୍ବାଚନକୁ ନେଇ ସରଗରମ କର୍ଣ୍ଣାଟକ ରାଜନୀତି। କ୍ଷମତା ଦଖଲ ପାଇଁ ଅଣ୍ଟା ଭିଡିଲେଣି ଶାସକ ବିଜେପି ଏବଂ ବିରୋଧୀ କଂଗ୍ରେସ ଓ ଜେଡିଏସ। ଦଳଗୁଡିକ ପକ୍ଷରୁ ରାଲି ଏବଂ ଜନସଭା ମଧ୍ୟ ଆରମ୍ଭ ହୋଇ ଗଲାଣି। ଶାସକ ବିଜେପିକୁ ଟକ୍କର ଦେବାକୁ କଂଗ୍ରେସ ପ୍ରସ୍ତୁତି ଜୋରଦାର କରିଛି। ଏହି କ୍ରମରେ ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଜ୍ୟର ବେରୋଜଗାର ଯୁବ ବର୍ଗଙ୍କ ପାଇଁ ଯୁବା ନିଧି ଯୋଜନାର ଶୁଭାରମ୍ଭ କରିଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ପାର୍ଟି ଚତୁର୍ଥ ଗ୍ୟାରେଣ୍ଟି ଦେଇଛି।

ବେଲଗାଭିରେ ଆଜି ଆୟୋଜିତ ଯୁବକ୍ରାନ୍ତି ସମାବେଶରେ ପାର୍ଟି ଘୋଷଣା କରିଛି ଯେ, ରାଜ୍ୟର ସ୍ନାତକ ଡିଗ୍ରୀ ହାସଲ କରିଥିବା ବେରୋଜଗାରୀ ଯୁବକଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ମାସରେ ୩୦୦୦ ଟଙ୍କା ପ୍ରଦାନ କରାଯିବ। ଏପରିକି ରାଜ୍ୟର ଡିପ୍ଲୋମାଧାରୀ ବେରୋଜଗାର ଯୁବକଙ୍କୁ ମାସକୁ ୧୫୦୦ ଟଙ୍କାର ଭତ୍ତା ଦିଆଯିବ।ଦଳ କ୍ଷମତାକୁ ଆସିଲେ ଏହି ଯୋଜନା ଲାଗୁ କରାଯିବ ବୋଲି କଂଗ୍ରେସ କହିଛି।

ଏହା ସହିତ ପାର୍ଟି ଆଉ ଦୁଇଟି ଯୋଜନା ଘୋଷଣା କରିଛି। ଦଳ କହିଛି ଯଦି ଆମେ ନିର୍ବାଚନ ଜିତୁ ଏବଂ ସରକାର ଗଠନ କରୁ ତେବେ ଗୃହଜ୍ୟୋତି ଯୋଜନାରେ ୨୦୦ ୟୁନିଟ୍ ମାଗଣା ବିଜୁଳି ଯୋଗାଇ ଦିଆଯିବ। ଏଥିସହ ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ୨୦୦୦ ଟଙ୍କା ପ୍ରଦାନ କରାଯିବ।

ତୃତୀୟ ଗ୍ୟାରେଣ୍ଟି ଦେଇ ପାର୍ଟି  ଘୋଷଣ କରିଛି ଯେ, ‘ଅନ୍ନ ଭାଗ୍ୟ’ ଯୋଜନାରେ  ପ୍ରତ୍ୟେକ ବିପିଏଲ ପରିବାରକୁ ମାସିକ ୧୦ କେଜି ଚାଉଳ ମାଗଣାରେ ଯୋଗାଇ ଦିଆଯିବ। ଏହି ସଭାରେ ରାହୁଲ ଗାନ୍ଧୀଙ୍କ ବ୍ୟତୀତ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାର, ବରିଷ୍ଠ ନେତା ସିଦ୍ଧରମୈୟା ଏବଂ ଅନ୍ୟ ନେତା ଉପସ୍ଥିତ ଥିଲେ। ଉଲ୍ଲେଖନୀୟ ଆସନ୍ତା ମେ ମାସରେ କର୍ଣ୍ଣାଟକ ନିର୍ବାଚନ ହେବାକୁ ଯାଉଛି।

   Related Posts