ସୁନକଙ୍କ ପୋଷ୍ଟ ଉପରେ ଚିଦାମ୍ବରମ-ଥରୁରଙ୍କୁ ତାଗିଦ୍ କଲା କଂଗ୍ରେସ, ରମେଶ କହିଲେ- ଭାରତକୁ କାହାରିଠୁ ଶିଖିବା ଉଚିତ୍ ନୁହେଁ

Published By : Prameya-News7 Bureau | October 25, 2022 IST

ନୂଆଦିଲ୍ଲୀ: ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇ ସାରିଛନ୍ତି। ତେବେ ସୁନକଙ୍କ ମାମଲାରେ କଂଗ୍ରେସ  ପି ଚିଦାମ୍ବରମ ଏବଂ ଶଶି ଥରୁରଙ୍କୁ ତାଦିଗ୍ କରିଛି। କଂଗ୍ରେସର ଦୁଇ ବରିଷ୍ଠ ନେତା ସୁନକଙ୍କୁ ପ୍ରଧାନମନ୍ତ୍ରୀ ହେବା ନେଇ ଖୁବ୍ ପ୍ରଶଂସା କରିଥିଲେ। ଚିଦାମ୍ବରମ ଏବଂ ଥରୁର ଆଶା ପ୍ରକାଶ କରିଥିଲେ ଯେ,  ଭାରତ ସଂଖ୍ୟାଲଘୁ ସମୁଦାୟର ବ୍ୟକ୍ତିଙ୍କୁ ଶୀର୍ଷ ପଦରେ ବସାଇବାର ଏହି ପରମ୍ପରାକୁ ଅନୁସରଣ କରିବ। ଏହାକୁ ନେଇ କଂଗ୍ରେସର ସାଧାରଣ ସଂପାଦକ ଜୟରାମ ରମେଶ ଉଭୟଙ୍କୁ ତାଗିଦ୍ କରି କହିଛନ୍ତି, ଭାରତରେ ସଂଖ୍ୟାଲଘୁ ସମୁଦାୟର ଅନେକ ବ୍ୟକ୍ତି ରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତେଣୁ ଭାରତକୁ କାହାରିଠୁ ଶିକ୍ଷା ନେବାର ଆବଶ୍ୟକତା ନାହିଁ। କାରଣ ଏହି ଦେଶ ବିଭିନ୍ନତାରେ ଏକତାର ଏକ ବଡ ଉଦାହରଣ।

ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ରମେଶ କହିଛନ୍ତି, କଣ ଏମିତି ସ୍ଥିତି ଆସିଗଲା ଯେ, ବିବିଧତାକୁ ସମ୍ମାନ ଦେବା ପାଇଁ ଆମକୁ ଅନ୍ୟ ଦେଶଠୁ ଶିକ୍ଷା ନେବାକୁ ପଡିବ। ଭାରତ ଦୀର୍ଘ ସମୟରୁ ଅନେକତା ମଧ୍ୟରେ ଏକତାର ଉତ୍ସବ ପାଳନ କରିବାର ଅନନ୍ୟ ଉଦାହରଣ ସୃଷ୍ଟି କରି ସାରିଛି। ଗତ ଆଠ ବର୍ଷରେ ଦେଶରେ କଣ ହେଉଛି ଆମେ ଦେଖୁଛୁ। ଆମକୁ କୌଣସି ଅନ୍ୟ ଦେଶଠୁ ଶିଖିବାର ଆବଶ୍ୟକତା ନାହିଁ। ଆମେ ଏକତାକୁ ବେଶ ସମ୍ମାନ ଦେଇ ଆସିଛୁ। ‘ଭାରତ ଯୋଡୋ ଯାତ୍ରା’ରେ ଆମର ଏହା ହିଁ ଉଦ୍ଦେଶ୍ୟ ବୋଲି ଜୟରାମ ରମେଶ କହିଛନ୍ତି।

ରମେଶ କହିଛନ୍ତି, ଭାରତରେ ଜାକିର ହୁସେନ ରାଷ୍ଟ୍ରପତି ହୋଇଛନ୍ତି, ଫଖରୁଦ୍ଦୀନ ଅଲୀ ଅହମ୍ମଦ ରାଷ୍ଟ୍ରପତି ହୋଇଛନ୍ତି। ଏପିଜେ ଅବଦୁଲ କଲାମ ବି ଦେଶର ସର୍ବୋଚ୍ଚ ପଦରେ ଅଧିଷ୍ଠିତ ଥିଲେ। ଏକ ପ୍ରଶ୍ନର ଉତ୍ତରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଅଟଳ ବିହାରୀ ବାଜପେୟୀ ଏବଂ ନରେନ୍ଦ୍ର ମୋଦୀଙ୍କ ଚିନ୍ତାଧାରାରେ ଆକାଶ ପାତାଳ ଫରକ ରହିଛି। ବାଜପେୟୀ ପଣ୍ଡିତ ନେହେରୁଙ୍କ ପ୍ରତି ପ୍ରଭାବିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.