ଢେଙ୍କାନାଳ ୧୯|୧: ଢେଙ୍କାନାଳ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ତେଜୁଛି ଅସନ୍ତୋଷ । ଢେଙ୍କାନାଳ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଉଭୟ କଂଗ୍ରେସ ଓ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ଗଣଧାରଣା । ଜିଲ୍ଲାରେ ସରକାରୀ ଆଶ୍ରମ ସ୍କୁଲମାନଙ୍କରେ ବାରମ୍ବାର ଏପରି ଲଜ୍ଜା ଜନକ ଘଟଣାକୁ ନେଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନିଳମ୍ବନ ଦାବି କରାଯାଇଛି । ଏପଟେ ଜିଲ୍ଲା ମଙ୍ଗଳ ଅଧିକାରୀ ଅଫିସରେ ତାଲା ପକାଇ ଫେରାର ହୋଇଯାଇଛନ୍ତି ।
{"id":75703}ସପ୍ତଶଯ୍ୟା ଆଶ୍ରମ ସ୍କୁଲରେ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏପଟେ ଭୁବନେଶ୍ବରରେ ଏଡିଏମ୍ ଅଫିସ ଘେରାଉ କରିଛି ଜିଲ୍ଲା ମହିଳା କଂଗ୍ରସ । ଏହା ସହ ୨୪ ଘଣ୍ଟା ଭିତରେ ମହିଳା ଶିଶୁ ବିକାଶ ମନ୍ତ୍ରୀଙ୍କ ସହ ଜାତି ଓ ଜନଜାତି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଦଳ । ଯଦି ସରକାର ଘଟଣା ଉପରେ ତୁରନ୍ତ ପଦକ୍ଷେପ ନନିଅନ୍ତି ତେବେ ଆଗାମି ଦିନରେ ଆନ୍ଦୋଳନକୁ ଆହୁରୀ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି ଦଳ ।