ପୁଣି ଗୃହରେ ନାଥୁରାମ୍ ଗଡସେ ତାତି : ଉଭୟ କଂଗ୍ରେସ ଓ ବିଜେପି ହେଲେ ମୁହାଁମୁହିଁ

Published By : Prameya-News7 Bureau | August 03, 2019 IST

ଭୁବନେଶ୍ବର ୩|୮: ପୁଣି ଗୃହରେ ନାଥୁରାମ ଗଡ଼ସେ ତାତି। ଏହାକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । କଂଗ୍ରସ  କେବେ କୁଣ୍ଠାବୋଧ କରିନାହିଁ ବନ୍ଦେ ମାତରମ୍ କହିବା ପାଇଁ। କିନ୍ତୁ କାହାକୁ କହିବାକୁ ବାଧ୍ୟ କରାଯାଇ ପାରିବ ନାହିଁ। କିନ୍ତୁ ବିଜେପି ସଦସ୍ୟ ମହାତ୍ମା ଗାନ୍ଧୀଙ୍କର ହତ୍ୟାକାରୀ  ନାଥୁରାମ ଗଡ଼ସେକୁ ମୁର୍ଦାବାଦ କହିବେ ତ।

କିନ୍ତୁ ବିଜେପିର କିଛି ନେତା ନାଥୁରାମ ଗଡ଼ସେକୁ ଦେଶପ୍ରେମୀ କହୁଛନ୍ତି। କିଛି ଲୋକ ଭଗବାନ କହି ମନ୍ଦିର କରୁଛନ୍ତି।  ଏ ପ୍ରସଙ୍ଗ ନରସିଂହ ମିଶ୍ର ଉଠାଇବାବେଳେ  ବିଜେପି ସଦସ୍ୟ ମାନେ ବିରୋଧ କରିଥିଲେ। ଜାଣିଶୁଣି ଏହି ପ୍ରସଙ୍ଗ ଉଠାଇ ଗୃହର ସମୟ ନଷ୍ଟ କରୁଛନ୍ତି ବୋଲି ବିଜେପି ସଦସ୍ୟ ଅଭିଯୋଗ କରିଥିଲେ । ଏହାକୁ ନେଇ ରାଜନୀତି କରାଯାଉଛି । ବିଜେପି ରାଜି ଅଛି ଗଡ଼ସେକୁ ମୁର୍ଦାବାଦ କବିବାକୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.