ସିଏମସି ନିର୍ବାହୀ ଯନ୍ତ୍ରୀଙ୍କ ବଦଳି ଦାବି, ରାତି ସାରା ଧାରଣାରେ ବସିଲେ କଂଗ୍ରେସ ଓ ବିଜେପି କର୍ପୋରେଟର
14/02/2023 at 9:03 AM

କଟକ ୧୪/୦୨: ସିଏମସି ଅଫିସ ସାମ୍ନାରେ ରାତି ସାରା ଧାରଣା । ସିଏମସି କାଉନସିଲ ବୈଠକ ବର୍ଜନ ପରେ ବିରୋଧୀ କଂଗ୍ରେସ ଓ ବିଜେପି କର୍ପୋରେଟରମାନେ ଧାରଣାରେ ବସିଛନ୍ତି । ସିଏମସି ନିର୍ବାହୀ ଯନ୍ତ୍ରୀ ଡି .ଆର ତ୍ରିପାଠୀଙ୍କ ବଦଳି ଦାବିରେ ସିଏମସି ଅଫିସ ମୁଖ୍ୟ ଗେଟ ସମ୍ମୁଖରେ ଧାରଣା ଦିଆଯାଇଛି ।
ଏହି ଆନ୍ଦୋଳନରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ମଧ୍ୟ ସାମିଲ ହୋଇଛନ୍ତି । ଧାରଣା ସମୟରେ ବିଧାୟକ ମହମ୍ମଦ ମୋକିମ ଓ ମେୟର ସୁବାସ ସିଂହଙ୍କ ମଧ୍ଯରେ କଥାକଟା କଟି ହୋଇଥିବା ଦେଖିବାକୁ ମିଳିଛି। ଧାରଣା ସ୍ଥଳକୁ ସିଏମସି କମିଶନର ନଆସିବା ପର୍ଯ୍ୟନ୍ତ କର୍ପୋରେଟରଙ୍କ ସହ ଧାରଣା ରେ ସାମିଲ ରହିବେ ବୋଲି ବିଧାୟକ ମହମ୍ମଦ ମୋକିମ କହିଛନ୍ତି ।…
Related Posts
ଆକ୍ସନରେ ଜିଏସ୍ଟି, ଏକକାଳୀନ ରାଉରକେଲାର ୭ଟି ସ୍ଥାନରେ ଚଢାଉ
27 March 2023
୩ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ଧରାପଡିଲେନି ବେପାରୀ
27 March 2023