କଂଗ୍ରେସର ଶୋଚନୀୟ ପରାଜୟ ପରେ ଚାଲିଛି ଆରୋପ ପ୍ରତ୍ୟାରୋପ, କାଦୁଅ ଫିଙ୍ଗାଫିଙ୍ଗି

Published By : Prameya-News7 Bureau | May 26, 2019 IST

ସମଗ୍ର ଦେଶରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ ଚାରିଆଡେ କେନ୍ଦ୍ରରୁ ନେଇ ରାଜ୍ୟ ପର୍ଯ୍ୟନ୍ତ ଚାଲିଛି କେବଳ ମାନସମନ୍ଥନ । ହାରିବାର କାରଣ ଖୋଜା ଚାଲିଛି ଆଉ ତା ଭିତରେ ଚାଲିଛି ଆରୋପ ପ୍ରତ୍ୟାରୋପ, କାଦୁଅ ଫିଙ୍ଗାଫିଙ୍ଗି । କେନ୍ଦ୍ରରେ  କଂଗ୍ରେସର ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରି ରାହୁଲ ଇସ୍ତଫା ଦେଇଥିବା ବେଳେ , ରାଜ୍ୟରେ ମଧ୍ୟ ପିସିସି ସଭାପତି ନିଜ ଇସ୍ତଫା ଦେଇସାରିଛନ୍ତି। ହେଲେ ଏଯାଏଁ ଥମିନି ବିବାଦ

କଂଗ୍ରେସର ଶୋଚନୀୟ ପରାଜୟ ନେଇ ଦଳର ବରିଷ୍ଠ ନେତାଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ରାଜସ୍ଥାନ ଏବ ମଧ୍ୟପ୍ରଦେଶ ଯେଉଁଠି କଂଗ୍ରେସ ସରକାର ରହିଛି ସେଠି ଦଳ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିବା ପ୍ରସଙ୍ଗରେ ରାହୁଲ ବରିଷ୍ଠ ନେତାଙ୍କ ଉପରେ ଆରୋପ ଆଣିଛନ୍ତି । କଂଗ୍ରେସର ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରି ରାହୁଲ ଦେଇଥିବା ଇସ୍ତଫା ପତ୍ରକୁ କଂଗ୍ରେସ କାର୍ଯ୍ୟକାରୀ କମିଟି ସିଧା ସଳଖ ଅଗ୍ରାହ୍ୟ କରି ଦେଇଛି । ପରାଜୟ ନେଇ CWC ବୈଠକରେ ମାନସମନ୍ଥନ ହୋଇଛି । ଏଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପି. ଚିଦାମ୍ବରମ୍ ପାର୍ଟି ଠାରୁ ନିଜ ପୁଅକୁ ପ୍ରାଧାନ୍ୟ ଦେବା ନେଇ ଆରୋପ ଲଗାଇଛନ୍ତି ରାହୁଲ । ଏପରିକି ରାଫେଲ୍ ଏବଂ ଚୌକିଦାର ଚୋର ହେ ପ୍ରସଙ୍ଗକୁ ମଧ୍ୟ ଗୁରୁତ୍ବର ଉଠାଇନଥିବା ଅଭିଯୋଗ କରିଛନ୍ତି ରାହୁଲ

ଏପଟେ ରାଜ୍ୟରେ ମଧ୍ୟ କଂଗ୍ରେଶ ର ଶୋଚନୀୟ ପରାଜୟ ପରେ ଦଳ ଭିତରେ କାଦୁଅ ଫିଙ୍ଗାଫିଙ୍ଗି ଆରମ୍ଭ ହେଇ ଯାଇଛି ।ରାଜ୍ୟରେ କଂଗ୍ରେଶ ର ବିପର୍ଯୟ ପାଇଁ ନେତ୍ରୁତ୍ୱ କୁ ଦାୟୀ କରିଛନ୍ତି ଦଳର ବରିଷ୍ଠ ନେତାମାନେ ।ନିର୍ବାଚନ ପୁର୍ବରୁ ଦଳ ର ସଭାପତି କହିଥିଲେ ଯେ ପରିବାର ରୁ ଜଣକୁ ଟିକଟ ଦିଆଯିବ । କିନ୍ତୁ ଯେଉଁଭଳି ଭାବରେ କଳାହାଣ୍ଡି ରେ ଭକ୍ତଦାସ ଙ୍କ ସହ ତାଙ୍କ ପୁଅ,ଭଦ୍ରକରେ ଅନନ୍ତ ସେଠୀ ବାପ,ଝିଅ ଓ ଖୋଦ୍ ପିସିସି ସଭାପତି ତାଙ୍କ ଟିକଟ ସହ ତାଙ୍କ ପୁଅ କୁ ଟିକଟ ଦେଲେ । କଂଗ୍ରେଶକୁ ସାରା ଓଡିଶା ରେ ବାପ ପୁଅ ଦଳ କରିଦେଲେ ।ଏପରିକି ନିଜ ଭାଇକୁ ବିଜେଡି ଦଳକୁ ପଠାଇ ନିଜ ସ୍ୱାର୍ଥ ପାଇଁ କଂଗ୍ରେଶ ଦଳକୁ ବିଜେଡି ହାତ ରେ ଟେକିଦେଲେ । ଏବଂ ଯେଉଁମାନେ ଆଜି କମିଟି ଗଠନ କରି ଦଳର ବିପର୍ଯୟ ର କାରଣ ଖୋଜୁଛନ୍ତି ସେମାନେ ହଁ ଦଳର ବିପର୍ଯୟ ପାଇଁ ଦାୟୀ ବୋଲି ଖୋଲାଖୋଲି ପିସିସି ସଭାପତି ନିରଜଂନ ଙ୍କ ଉପରେ ବର୍ଷିଛନ୍ତି କଂଗ୍ରେଶ ର ବରିଷ୍ଠ ନେତା କାହ୍ନୁ ଚରଣ ଲେଙ୍କା ।

ସେପଟେ ଦଳର ସାମୟୀକ ଭାବେ ଯେଉଁ ଦୁରାବସ୍ଥା ହେଇଛି ତାହାକୁ ସଜଡା ଯାୟୀ ପାରିବ ।ସମସ୍ତଙ୍କୁ ନେଇ ସଂଗଠିତ ଓ ଯୋଜନାବଧ୍ଧ ଭାବରେ କାମ କଲେ  ଦଳ ପୁଣି ଥରେ ଓଡିଶା ରେ ଏକ ନମ୍ବର ହୋଇପାରିବ ବୋଲି କହିଛନ୍ତି କଂଗ୍ରେଶ ନେତା ଶରତ ରାଉତ ।ଏପରିକି ବିଜେଡି ସରକାରୀ କଳ କୁ ନିର୍ବାଚନ ରେ ଲଗାଇ ଅସାଧୁ ଉପାୟରେ ନିର୍ବାଚନ ଜିତିଛି ବୋଲି ଶରତ ରାଉତ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.