ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ପର୍ଯ୍ୟଟନ ମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସର ଅଭିଯୋଗ, ସରକାରୀ ଅର୍ଥରେ ହାଇଦ୍ରାବାଦ ରୋଡ୍ ସୋ’କୁ ଦୁଇ ମହିଳା ବନ୍ଧୁଙ୍କୁ ନେଇ ଯାଇଥିଲେ ମନ୍ତ୍ରୀ

27/11/2019 at 2:24 PM

ଭୁବନେଶ୍ବର ୨୭।୧୧: ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ ଆଣିଲା କଂଗ୍ରେସ । ହାଇଦ୍ରାବାଦ ରୋଡ୍ ସୋ’କୁ ୨ ଜଣ ମହିଳା ବନ୍ଧୁଙ୍କୁ ନେଇ ମନ୍ତ୍ରୀ କାହିଁକି ଯାଇଥିଲେ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏହି ୨ ମହିଳାଙ୍କର ପର୍ଯ୍ୟଟନ ଉପରେ ଅଭିଜ୍ଞତା କ’ଣ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ଥିଲା କି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ରାଜ୍ୟ ସରକାର ମୋ ସରକାର ଓ 5-T କାର୍ଯ୍ୟକ୍ରମ ମାଧ୍ୟମରେ ଖର୍ଚ୍ଚ କାଟ୍ ଉଦ୍ୟମ ଚଳାଇଛନ୍ତି । ହେଲେ ୨ ମହିଳାଙ୍କ ପାଇଁ ଓଟିଡିସି ପକ୍ଷରୁ ଏୟାର ଟିକେଟ୍ ଏବଂ ହାଇଦ୍ରାବାଦରେ ହୋଟେଲ ବୁକ୍ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖର୍ଚ୍ଚ କରାଯାଇଛି । ଏହାର ଜବାବ ସରକାର ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି । ତେବେ ଏ ପ୍ରସଙ୍ଗରେ ମନ୍ତ୍ରୀ କିଛି ଉତ୍ତର ଦେବାକୁ ମନାକରିଦେଇଛନ୍ତି ।

   Related Posts