ମୋଦୀ ସରକାରଙ୍କୁ ଘେରିଲେ ରାହୁଲ: କହିଲେ- RBIର ବ୍ୟାଙ୍କ ଚୋରଙ୍କ ତାଲିକାରେ ରହିଛି ବିଜେପି ମିତ୍ରଙ୍କ ନାମ, ସେଥିପାଇଁ ଅର୍ଥ ମନ୍ତ୍ରୀ ଦେଉନଥିଲେ ସୂଚନା

Published By : Prameya-News7 Bureau | April 28, 2020 IST

ନୂଆଦିଲ୍ଲୀ ୨୮।୦୪: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କ ଉପରେ ଶାଣିତ ସ୍ଵରରେ ହମଲା କରିଛନ୍ତି। ରାହୁଲ ସରକାରଙ୍କ ଉପରେ ବଡ ବ୍ୟାଙ୍କର ଋଣ ଖିଲାପକାରୀଙ୍କ ନାମ ଲୁଚାଇ ରଖିଥିବା ଆରୋପ ଲଗାଇଛନ୍ତି। ସଂସଦରେ ନିଜେ ପଚାରିଥିବା ପ୍ରଶ୍ନକୁ ଉଲ୍ଲେଖ କରି ରାହୁଲ କହିଛନ୍ତି ଏବେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ନୀରବ ମୋଦୀ, ମେହୁଲ ଚୋକସି ସହିତ ବିଜେପି ମିତ୍ରଙ୍କ ନାମ ବ୍ୟାଙ୍କ ଚୋର ତାଲିକାରେ ସାମିଲ କରିଛି।

ରାହୁଲ ଗାନ୍ଧୀ ଆରବିଆଇରୁ ମିଳିଥିବା ଆରଟିଆଇ  ଜବାବ ଉଲ୍ଲେଖ କରି ମୋଦୀ ସରକାର ଉପରେ ନିରବ ମୋଦୀ, ମେହୁଲ ଚୋକସି ଓ ବିଜୟ ମାଲ୍ୟା ସମେତ ୫୦ ବଡ ବଡ ବ୍ୟାଙ୍କ ଋଣ ଖିଲାପକାରୀଙ୍କ ୬୮,୬୦୭ କୋଟି ଟଙ୍କା ଛାଡ କରିଥିବା ଆରୋପ ଲଗାଇଛନ୍ତି। କଂଗ୍ରେସ ଏହା ମଧ୍ୟ ଆରୋପ ଲଗାଇଛି ଯେ, ସରକାର ୨୦୧୪ ସେପ୍ଟେମ୍ବରରୁ ୨୦୧୯ ପର୍ଯ୍ୟନ୍ତ ୬.୬୬ ଲକ୍ଷ କୋଟି ଟଙ୍କାର ଋଣ ଛାଡ କରି ଦେଇଛି।

wp:core-embed/twitter {"url":"https://twitter.com/RahulGandhi/status/1255071773147594752?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Findia%2Fcongress-accuses-government-of-waiving-68607-crore-rupees-of-bank-loan-defaulters%2Farticleshow%2F75426906.cms","type":"rich","providerNameSlug":"twitter","className":""}
https://twitter.com/RahulGandhi/status/1255071773147594752?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Findia%2Fcongress-accuses-government-of-waiving-68607-crore-rupees-of-bank-loan-defaulters%2Farticleshow%2F75426906.cms
/wp:core-embed/twitter

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କହିଛନ୍ତି ସେ ସଂସଦରେ ଦେଶର ବଡ ବଡ ୫୦ ବ୍ୟାଙ୍କ ଋଣ ଖିଲାପକାରୀଙ୍କ ନାମ ପଚାରିଥିଲେ, ମାତ୍ର ଅର୍ଥ ମନ୍ତ୍ରୀ ଏହା ଉପରେ କିଛି ଉତ୍ତର ଦେଲେ ନାହିଁ। ଏବେ ଆରବିଆଇ ସେହି ତାଲିକା ପ୍ରକାଶ କରିଛି, ଯେଉଁଥିରେ ନିରବ ମୋଦୀ, ମେହୁଲ ଚୋକସି ଓ ବିଜେପିର ଅନେକ ମିତ୍ର ଋଣ ଖିଲାପକାରୀ ନାମ ମଧ୍ୟରେ ସାମିଲ। ରାହୁଲ ଗାନ୍ଧୀ ଏକ ଟୁଇଟ୍‌ କରି କହିଛନ୍ତି, ଆରବିଆଇ ନିରବ ମୋଦୀ, ମେହୁଲ ଚୋକସି ଓ ବିଜେପିର ଅନେକ ମିତ୍ରଙ୍କ ନାମ ତାଲିକାଭୁକ୍ତ କରିଛି। ବୋଧହୁଏ ଏହି କାରଣ ପାଇଁ ଅର୍ଥ ମନ୍ତ୍ରୀ ମୋ ପ୍ରଶ୍ନର ଉତ୍ତର ଦେଇନଥିଲେ।

{"id":261578,"sizeSlug":"large"}

ଉଲ୍ଲେଖଯୋଗ୍ୟ , ମାର୍ଚ୍ଚ ବଜେଟ୍ ଅଧିବେଶନ ସମୟରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଲୋକସଭାରେ ବ୍ୟାଙ୍କ ଧୋଖାଧାଡି ପ୍ରସଙ୍ଗ ଉଠାଇଥିଲେ। ସେ ସରକାରଙ୍କଠୁ ଦେଶର ୫୦ ବଡ ଋଣ ଖିଲାଫକାରୀଙ୍କ ତଥ୍ୟ ମାଗିଥିଲେ। ପ୍ରଶ୍ନକାଳ ସମୟରେ କଂଗ୍ରେସ ସାଂସଦ ରାହୁଲ  ଗାନ୍ଧୀ ପ୍ରଶ୍ନ କରିଥିଲେ ଯେ, ମୁଁ ସରକାରଙ୍କୁ ବଡ ସହଜ ପ୍ରଶ୍ନ କଲି ଯେ, ଦେଶର ୫୦ ବଡ ଋଣ ଖିଲାପକାରୀ କିଏ। ମୋତେ କୌଣସି ଉତ୍ତର ମିଳିଲା ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଯେଉଁ ଲୋକ ଭାରତର ବ୍ୟାଙ୍କରୁ ଚୋରି କରିଛନ୍ତି ସେମାନଙ୍କୁ ଧରି ଦେଶକୁ ଆଣିବି। ତେଣୁ ସରକାରଙ୍କୁ ମୁଁ ସେମାନଙ୍କର ନାମ ପଚାରିଲି, କିନ୍ତୁ ଉତ୍ତର ମିଳିଲା ନାହିଁ।

ଏହାର ଉତ୍ତରରେ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ, ଏଥିରେ ଲୁଚାଇବାର କୌଣସି କଥା ନାହିଁ। ଏହାର ସମସ୍ତ ସୂଚନା ଦିଆଯାଇଛି। ସିଆଇସିର ଓ୍ଵେବସାଇଟ୍‌ରେ ସମସ୍ତ ଋଣ ଖିଲାପକାରୀଙ୍କ ନାମ ଦିଆଯାଇଛି। ୨୫ ଲକ୍ଷରୁ ଅଧିକ ଟଙ୍କା ଋଣ ଖିଲାପକାରୀଙ୍କ ନାମ ଏଥିରେ ରହିଛି। ଅନୁରାଗ ଠାକୁରଙ୍କ ଏହି ଜବାବକୁ ନେଇ ସଂସଦରେ ଖୁବ୍ ହଙ୍ଗାମା ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.