scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜନ୍ମମାଟିରେ ରମେଶ ମୁଣ୍ଡାଙ୍କୁ ବିପୁଳ ସମ୍ବର୍ଦ୍ଧନା, ଚୀନରେ ଊଷୁ ଚାମ୍ପିଅନସିପରେ ଜିତିଥିଲେ ସ୍ଵର୍ଣ୍ଣପଦକ

24/08/2023 at 9:30 PM

ବଡ଼ବିଲ: ଚାଇନାର ମକାଉ ଠାରେ ଅନୁଷ୍ଠିତ ଏକାଦଶ ଏସିଆ ସବ ଜୁନିଅର ଉଷୁ ଚାମ୍ପିଅନସିପ୍ – ୨୦୨୩ରେ ସ୍ଵର୍ଣ୍ଣ ପଦକ ହାସଲ କରି ଭାରତ ପାଇଁ ଗୌରବ ଆଣି ଥିବା ରମେଶ ମୁଣ୍ଡା ଆଜି ନିଜର ଜନ୍ମମାଟି କେନ୍ଦୁଝର, ସିଆଲଯୋଡ଼ାକୁ ଫେରିଛନ୍ତି । ଚାଇନାର ମକାଉ ଠାରେ ଗତ ୧୪ ରୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ଚାମ୍ପିଅନସିପ୍ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚରେ ଇଣ୍ଡୋନେସିଆକୁ ହରାଇ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ ରମେଶ । ଆଜି ଅପରାହ୍ନରେ ସେ ଜନ୍ମ ମାଟିରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଲେଇପଦା ଛକରେ ପହଞ୍ଚିବା ପରେ ତାଙ୍କର ସହପାଠୀ ଓ ଶୁଭେଚ୍ଛୁମାନେ ତାଙ୍କୁ ଫୁଲମାଳ ପିନ୍ଧାଇ ବନ୍ଦାପନା କରି ସ୍ବାଗତ ଜଣାଇବା ସହ ଏକ ଶୋଭାଯାତ୍ରାରେ  ପାଛୋଟିନେଇଥିଲେ ।

Also read- ଭାରତୀୟ କୁସ୍ତି ସଂଘର ସଦସ୍ୟତା ରଦ୍ଦ କଲା ୱାର୍ଲ୍ଡ ରେସଲିଙ୍ଗ୍: ତ୍ରିରଙ୍ଗା ପତାକା ତଳେ ଲଢ଼ିପାରିବେନି କୁସ୍ତିଯୋଦ୍ଧା

ଡିଜେ ଓ  ଢୋଲର ତାଳେ ତାଳେ ନାଚରେ ମସଗୁଲ ହୋଇଯାଇଥିଲେ ସମସ୍ତେ । ଜିନ୍ଦଲ ଷ୍ଟିଲ ଆଣ୍ଡ୍ ପାୱାର କମ୍ପାନୀ ପକ୍ଷରୁ ସିଆଲ୍ ଯୋଡ଼ା ସ୍ପୋର୍ଟସ ହଷ୍ଟେଲ ପରିସରରେ  ସ୍ଵତନ୍ତ୍ର ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ସଭାରେ ରମେଶ ମୁଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ କୋଚ୍ ପଙ୍କଜ ମହାନ୍ତଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଡ୍ରାଇଭର ମହାସଂଘର କର୍ମକର୍ତ୍ତାମାନେ ମଧ୍ୟ ରମେଶଙ୍କୁ ଉପଢୌକନ ଦେଇ ଉତ୍ସାହ ବର୍ଦ୍ଧନ କରିଥିଲେ ।

ଦେଓଝାର ପଞ୍ଚାୟତ ସରପଞ୍ଚ ଧ୍ରୁବ ଚରଣ ନାଏକ, ଜିନ୍ଦଲ କମ୍ପାନୀର ପ୍ଲାଣ୍ଟ ହେଡ୍, ଏମ ଡି ପୁରୁଷୋତ୍ତମ, ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ବୁଦ୍ଧିଜୀବୀ,  କ୍ରୀଡାପ୍ରେମୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ, ଗ୍ରାମବାସୀଙ୍କ ସହିତ ରମେଶଙ୍କ ବାପା ରୂପା ମୁଣ୍ଡା ଓ ମା’ ଶଙ୍କ ମୁଣ୍ଡା ମଧ୍ୟ ଉପସ୍ଥିତ ରହିଥିଲେ ।  ଏହି ସଭାରେ ରମେଶ ମୁଣ୍ଡା ଆଦିବାସୀ ‘ହୋ’ ଭାଷାରେ ନିଜର ଅନୁଭୂତି ବାଖାଣି ଥିଲେ ।  ଆଗକୁ ସେ ଅଲମ୍ପିକରେ ଭାଗନେଇ ଗୋଲ୍ଡ ମେଡାଲ ଜିତିବାକୁ ଆଶା ରଖିଛନ୍ତି ।

   Related Posts