ନବନିର୍ବାଚିତ ବିଧାୟକଙ୍କୁ ସମ୍ୱର୍ଦ୍ଧନା, ଗାଁର ପୁଅକୁ ପାଛୋଟି ନେଲେ ତିଳିସିଙ୍ଗିବାସୀ

Published By : Prameya-News7 Bureau | July 05, 2024 IST

ଭଞ୍ଜନଗର ୦୫/୦୭: ଭଞ୍ଜନଗର ନବନିର୍ବାଚିତ ବିଧାୟକ ପ୍ରଦୁମ୍ନ କୁମାର ନାୟକଙ୍କୁ ସମ୍ୱର୍ଦ୍ଧନା । ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ପର୍ଯ୍ୟାୟ କ୍ରମେ ବିଜୟ ଉତ୍ସବ ପାଳନ କରୁଛନ୍ତି । ନିର୍ବାଚିତ ହେବାପରେ ଜନସାଧାରଣ ସ୍ୱତ୍ଃସ୍ପୃତ ଭାବେ ବିଧାୟକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରୁଛନ୍ତି । ଯାହା ତାଙ୍କ ଜନ୍ନ ମାଟି ତିଳିସିଙ୍ଗି ଗ୍ରାମରେ ପହଂଚିଵା ପରେ ହଜାର ହଜାର ଗ୍ରାମ ବାସୀ ଗାଁର ପୁଅ କୁ ପାଛଟିନେଇ ଗାଁରେ ବନ୍ଦାପନା କରିଥିଲେ ।

 ଗାଁରେ ପ୍ରଦୁମ୍ନ ନାୟକ ବୁଲିବା ସମୟରେ ସେ ପିତାମହ ଭୀଷ୍ମ ତଥା ତିଲିସିଙ୍ଗ ଗ୍ରାମ ପଞ୍ଚାୟତର ପ୍ରତିଷ୍ଠାତା ପ୍ରଭାକର ନାୟକଙ୍କ ଆଶ୍ରିବାଦ ଭିକ୍ଷା କରିଥିଲେ । ଗ୍ରାମର ସମ୍ପର୍କୀୟ ଓ ଗ୍ରାମବାସୀ ତାଙ୍କୁ ହଳଦୀ ଚାଉଳ ଓ ପୁଷ୍ପ ଦେଇ ବନ୍ଦାପନା କରିଥିଲେ । ଏହି ପରିପେକ୍ଷୀରେ ବିଧାୟକ ଗ୍ରାମ ତଥା ଅଂଚଳର ବିକାଶ ଦିଗରେ କାର୍ଯ୍ୟ କରିବା କଥା କହିଥିଲେ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.