ସମ୍ ହସପିଟାଲ ଡାକ୍ତରଙ୍କୁ ସମ୍ବର୍ଦ୍ଧନା

Published By : Prameya-News7 Bureau | May 02, 2020 IST

କେନ୍ଦ୍ରପଡା୨/୫: ନିଜ ଘରଦ୍ବାର ପରିବାର ଛାଡି ରୋଗୀମାନଙ୍କ ସେବା ପାଇଁ ନିଜକୁ ଉତ୍ସର୍ଗ କରିଥିବା କେନ୍ଦ୍ରାପଡା କୋଭିଡ ହସ୍ପିଟାଲରେ ନିୟୋଜିତ ସମ୍ ହସପିଟାଲର ଡାକ୍ତରମାନଙ୍କୁ ଜିଲ୍ଲା 'ଜନଅଧିକାର ଅଭିଯାନ' ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲା ଜନ ଅଧିକାର ଅଭିଯାନର ସଭାପତି ଭୁବନ ମୋହନ ଜେନା ଏବଂ ଅନ୍ୟ କର୍ମକର୍ତ୍ତାମାନେ ଛତା ସ୍ଥିତ କୋଭିଡ ହସପିଟାଲରେ ପହଁଞ୍ଚି ସମ୍ ହସପିଟାଲର ନିର୍ଦ୍ଦେଶକ ଡାକ୍ତର ବସନ୍ତ ପତି, କୋଭିଡ୍ ହସପିଟାଲର ଇନ୍‌ଚାର୍ଜ ଡାକ୍ତର ସମୀର ଜେନା, କୋଭିଡ ହସପିଟାଲର ନର୍ସ ଇନ୍‌ଚାର୍ଜ ପ୍ରଜ୍ଞା ପାରମିତା ପଟ୍ଟନାୟକ, ସ୍ବାସ୍ଥ୍ୟସେବାରେ ନିୟୋଜିତ ସ୍ଥିତପ୍ରଜ୍ଞ ଦାସ, ବିନୋଦ ଗୋଛାୟତଙ୍କ ସମେତ ପ୍ରାୟ ୩୫ ଜଣ କର୍ମଚାରୀଙ୍କୁ ପୁଷ୍ପଗୁଛ, ଉତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।

ସାରା ବିଶ୍ବ କରୋନା ମହାମାରୀ ସହ ଲଢ଼େଇ ଜାରି ରଖିଥିବା ବେଳେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ଦେବଦୂତ ସାଜି ଆକ୍ରାନ୍ତଙ୍କ ସେବାରେ ଦିନ ରାତି ଏକ କରିଛନ୍ତି ବୋଲି ସଭାପତି ଭୁବନ ମୋହନ ଜେନା ମତବ୍ୟକ୍ତ କରିଥିଲେ। ତେବେ ଏହି ଶ୍ରଦ୍ଧା ଓ ସମ୍ମାନ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଉତ୍ସାହିତ କରିବ ବୋଲି ସମ୍ ହସପିଟାଲ ନିର୍ଦ୍ଦଶେକ ଡାକ୍ତର ବସନ୍ତ ପତି ନିଜ ପ୍ରତିକ୍ରିୟାରେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.