ଚନ୍ଦ୍ରଯାନ-୨: ଶାହାରୁକ ଖାନ ଲେଖିଲେ- ଚାନ୍ଦ ତାରେ ତୋଡ୍‌ ଲାଓ….ସାରେ ଦୁନିଆ ପର୍‌ ମେ ଚାହୁଁ, ପ୍ରଧାନମନ୍ତ୍ରୀ ପରଦାରେ ଦେଖିଲେ ଐତିହାସିକ ସଫଳତାର ଦୃଶ୍ୟ

Published By : Prameya-News7 Bureau | July 22, 2019 IST

ଶ୍ରୀହରିକୋଟା୨୨|୭: ଆଜିର ଉତକ୍ଷେପଣ ପରେ ଇସ୍ରୋ ବୈଜ୍ଞାନିକ ଓ ଭାରତୀୟ ମହାକାଶ ଗବେଷଣା ସଂସ୍ଥାକୁ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ। ପ୍ରଧାନମନ୍ତ୍ରୀ ନିଜ କାର୍ଯ୍ୟାଳୟରୁ ଏହାର ଉତ୍‌କ୍ଷେପଣ ଟିଭିରେ ଦେଖୁଥିବା ବେଳେ ସେ ମଧ୍ୟ ଖୁସିରେ ଉତ୍‌ଫୁଲ୍ଲିତ ହୋଇଥିଲେ।

{"id":136359}

ଠିକ୍‌ ୨ଟା ୪୩ରେ ଚନ୍ଦ୍ର ଅଭିମୁଖେ ଅଭିଯାନ ଆରମ୍ଭ କରିଥିଲା ଚନ୍ଦ୍ରଯାନ-୨ ।  ସାରା ଦେଶର ନଜର ରହିଥିଲା ଟିଭି ପରଦା ଉପରେ। ପ୍ରାରମ୍ଭିକ ସଫଳତା ମିଳିଛି ପୃଥିବୀ କକ୍ଷପଥରେ ପହଞ୍ଚିଛି ଚନ୍ଦ୍ରଯାନ । ଗୋଟିଏ ପଟେ ବୈଜ୍ଞାନିକମାନେ ପରସ୍ପରକୁ ବଧେଇ ଜଣାଉଥିଲେ ଆଉ ଦେଶବାସୀ ମଧ୍ୟ କୁରୁଳି ଉଠିଥିଲେ।

{"id":136360}

ସାରା ବିଶ୍ବରୁ ଇସ୍ରୋ ବୈଜ୍ଞାନକଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀ , ପ୍ରତିରକ୍ଷାମନ୍ତ୍ରୀ ତଥା ବିଭିନ୍ନ ମହଲରୁ ଚନ୍ଦ୍ରଯାନ ମିଶନ ସଫଳତାକୁ ନେଇ ଟ୍ବିଟ୍‌ ମାଧ୍ୟମରେ ଅଭିନନ୍ଦନ କରିଛନ୍ତି । 

{"id":136361}

ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଟ୍ବିଟ୍‌ ପେଜ୍ ରେ ଲେଖିଛନ୍ତି ଏହା ଆମ ଦେଶ ପାଇଁ ଐତିହାସିକ ସଫଳତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଥ୍‌ ବ୍ଲକ୍ ଅଫିସରେ ଛିଡା ହୋଇ ଟିଭି ପରଦାରେ ଦେଖୁଥିଲେ ମିଶନର ପ୍ରତିଟି ସେକେଣ୍ଡ ଅପଡେଟ୍‌। ଆଉ ପ୍ରଥମ ପର୍ଯ୍ୟାୟ ସଫଳ ହେବା ପରେ ସେ ଖୁସିରେ ଉଛୁଳି ପଡ଼ିଥିଲେ। 

{"id":136362}
{"id":136366}

ମୋଦି ଟ୍ବିଟ କରିଛନ୍ତି ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ ୧୩୦ କୋଟି ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ସେହିପରି ବଲିଉଡ୍‌ ସୁପର ଷ୍ଟାର ଶାହରୁଖ ଖାନ ଲେଖିଛନ୍ତି ଚାନ୍ଦ ତାରେ ତୋଡ୍‌ ଲାଓ….ସାରେ ଦୁନିଆ ପର୍‌ ମେ ଚାହୁଁ ….

{"id":136363}
{"id":136365}

ସେହିପରି  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ  ଓ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମାଳା ସୀତରମଣ ପୂରା ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀହରିକୋଟା ଉତକ୍ଷେପଣ କେନ୍ଦ୍ର ଗ୍ୟାଲେରିରେ ଥିବା  ସଦଗୁରୁ ଇସ୍ରୋ ବୈଜ୍ଞାନକଙ୍କ ପ୍ରତିଭାର ପ୍ରଶଂସାରେ ଅଭିଭୁତ ହୋଇଥିଲେ। ଏବେ ନଜର କେବେ ଚନ୍ଦ୍ରରେ ଚନ୍ଦଯାନ ଅବତରଣ କରିବ।  

{"id":136364}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.