ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ପୁଣି କଙ୍ଗାରୁ କୋର୍ଟ, ସଂପର୍କ ଭିତରେ ବିବାହ କରିବାରୁ ଗାଁରୁ ବାସନ୍ଦ ପରିବାର

24/08/2021 at 8:21 AM

ଉଦଳା ୨୪/୦୮: କଙ୍ଗାରୁ କୋର୍ଟରେ ସଙ୍ଗୀନ ନିଷ୍ପତି । ସଂପର୍କ ଭିତରେ ବିବାହ କରିବାରୁ ଗ୍ରାମରୁ ବାସନ୍ଦ ହେବା ନିଷ୍ପତି । ଏଭଳି ଘଟଣା ଘଟିଛି ଉଦଳା ଥାନା ଶଙ୍କରାଖୁଂଟା ଗ୍ରାମରେ । ଶଙ୍କରାଖୁଂଟା ଗ୍ରାମର ଜଣେ ବିବାହିତା ମହିଳା ଉକ୍ତ ଗ୍ରାମରେ ଅନ୍ୟ ଜଣେ ଯୁବକଙ୍କୁ ଭଲ ପାଉଥିଲେ । ମହିଳାଙ୍କ ସ୍ଵାମୀ ଅନ୍ୟତ୍ର ବିବାହ କରି ଚାଲିଯାଇଥିବା ବେଳେ ମହିଳା ଜଣକ ଗ୍ରାମରେ ଭଲ ପାଉଥିବା ଜଣେ ଯୁବକକୁ ବାହା ହୋଇଥିଲେ ।

ଏହି ଘଟଣା ଜଣାପଡିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ପଡିଥିଲା ଭାଳେଣି । ଯାହାକୁ ନେଇ ଗତକାଲି ରାତିରେ ଗ୍ରାମରେ ବସିଥିଲା କଙ୍ଗାରୁ କୋର୍ଟ । ଗ୍ରାମବାସୀ ଏବଂ ଯୁବକଙ୍କ ପରିବାର ଲୋକେ ଏହି ବିବାହକୁ ସ୍ଵୀକାର କରି ନଥିବା ବେଳେ ଯୁବକ ଜଣକ ବିବାହ କରିଥିବା ମହିଳା ଜଣକଙ୍କ ମଧ୍ୟରେ ଘରୋଇ ଦୂର ସଂପର୍କ ରହିଥିବାରୁ ଏହାକୁ ବିରୋଧ କରିଛି ଗ୍ରାମବାସୀ । ଯାହାଫଳରେ କଙ୍ଗାରୁ କୋର୍ଟରେ ହୋଇଥିବା ସାଂଘାତିକ ନିଷ୍ପତି ।

ନିଷ୍ପତିକ୍ରମେ ଉଭୟ ସ୍ଵାମୀ ଏବଂ ସ୍ତ୍ରୀକୁ ଗ୍ରାମରୁ ବାସନ୍ଦ କରାଯାଇଛି । କେବଳ ସେତିକି ନୁହେଁ ଯଦି ଗ୍ରାମର ନିଷ୍ପତିକୁ ସ୍ଵାମୀ ଏବଂ ସ୍ତ୍ରୀ ନ ମାନି ତେବେ ମହିଳାଙ୍କ ଘର ସମ୍ମୁଖରେ କଂଟା ବାଡ ପକାଇ ଦେବାର ଧମକ ମଧ୍ୟ ଦିଆଯାଇଛି । ଖବରପାଇ ଉଦଳା ପୋଲିସ୍ ଘଟଣାସ୍ଥଳରେ ପହଂଚି ସମସ୍ତଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ । ତେବେ ଆଜିର ସଭ୍ୟ ସମାଜରେ ଏଭଳି କଙ୍ଗାରୁକୋର୍ଟରେ ଗ୍ରାମରୁ ବାସନ୍ଦ ନିଷ୍ପତି ଏକ ହୀନ ମାନସିକତା ସୃଷ୍ଟି କରିଛି ।

   Related Posts