ଭୁବନେଶ୍ବର୯|୨: ଆୟୁଷ୍ମାନ ବନାମ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଯୁଦ୍ଧ ପରେ ଏବେ କାଳିଆ ବନାମ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାକୁ ନେଇ ଯୁଦ୍ଧା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜାନ ଘୋଷଣା କରିଥିବା ବେଳ ଏହାକୁ ଲାଗୁ କରିବାକୁ ଗାଇଡ ଲାଇନ ଜାରିଛନ୍ତି । କିନ୍ତୁ ରାଜ୍ୟ ସରକାର ଏବେ ଏହି ଯୋଜାନ ଲାଗୁ କରିବାକୁ ଆଗ୍ରହ ଦେଖାଉନାହାନ୍ତି ଯାହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ ଉଠାଇଛନ୍ତି। …
{"id":83736}
କାଳିଆ ଟଙ୍କାତ ମିଳିଲା। ଏବେ କେମିତି ଓ କାହାକୁ ମିଳିବ କିଷାନ ଟଙ୍କା। ଚାଷୀଙ୍କ ଆକାଉଣ୍ଟକୁ ୬ ହଜାର ଟଙ୍କା ଦେବା ଲାଗି କେନ୍ଦ୍ର ସରକାର ବଜେଟରେ ଘୋଷଣା କରିଛନ୍ତି। ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଟଙ୍କା ଦେବାକୁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର । ଏହି ଟଙ୍କା କେମିତି ଦିଆଯିବ ସେ ନେଇ ରାଜ୍ୟ ସରକାରଙ୍କୁ ଏକ ଗାଇଡଲାଇନ ଜାରି କରିଛି କେନ୍ଦ୍ର । ଗତ ୨ ତାରିଖରେ କେନ୍ଦ୍ର ଏହି ଗାଇଡଲାଇନ ଜାରି କରିଛି । କେଉଁମାନେ କିଷାନ ଟଙ୍କା ପାଇବେ ତାର ତାଲିକା ଦେବେ ରାଜ୍ୟ ସରକାର । ଆୟୁଷ୍ମାନ ଭାରତ – ବନାମ ବିଜୁ ସ୍ବସ୍ଥ୍ୟ କଲ୍ୟାଣ ଯୋଜନା ଭଳି ପରିସ୍ଥିତି ଉପୁଜିଲାଣି। ରାଜ୍ୟ ସରକାର ସହଯୋଗ କରୁନାହାନ୍ତି ବୋଲି ଅଭିଯୋଗ ଉଠିଥିବା ବେଳେ ଆକ୍ଷେପ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
{"id":83737}
ଆୟୁଷ୍ମାନ ଭାରତ ଯୋଜନା ତ ଓଡ଼ିଶାରେ ପଶି ପାରିଲାନି। ଏବେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଉପରେ ବିଜେପିର ଭରସା ।କିନ୍ତୁ ଏତିକିବେଳେ ରାଜ୍ୟ ସରକାର ଦ୍ବିତୀୟ ପର୍ଯ୍ୟାୟ କାଳିଆ ଟଙ୍କା ଛାଡ଼ିବାକୁ ପ୍ଲାନ ବନେଇ ସାରିଲେଣି। ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ଲୋକଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ଦ୍ବିତୀୟ ପର୍ଯ୍ୟାୟରେ ୧୮ ଲକ୍ଷ ଚାଷୀଙ୍କୁ ଟଙ୍କା ଦେବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହେଉଛନ୍ତି।
{"id":83738}ରାଜ୍ୟ ସରକାର ତାଲିକା ପ୍ରସ୍ତୁତ କଲେ କେନ୍ଦ୍ର କିଷାନ ଟଙ୍କା ଦେବାକୁ ଅପେକ୍ଷା କରିଛି। ଏବେ ଲୋକେ ଟଙ୍କା ପାଇବେ କିମ୍ବା ରାଜନୀତି ତେଜିବ।
{"id":83739}