ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଏମକେସିଜି ଡାକ୍ତରଖାନାରେ ଉତ୍ତେଜନା; ଡାକ୍ତର-ନର୍ସଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି

30/09/2022 at 7:44 PM

ବ୍ରହ୍ମପୁର ୩୦/୦୯: ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ହାଉସ ସର୍ଜନ ଡାକ୍ତର ଓ ନର୍ସଙ୍କ ମଧ୍ୟରେ ଝଗଡ଼ା ପରେ ମାଡ଼ପିଟ୍‌ ହୋଇଛି। ଏମକେସିଜି ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଏପରି ଘଟଣା ଘଟିଛି। ଫଳରେ ଉଭୟ ନର୍ସ ସଂଘ ଓ ହାଉସ ସର୍ଜନ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗୁରୁବାର ରାତିରେ କାଜୁଆଲିଟିରେ ଜଣେ ରୋଗୀଙ୍କ ରକ୍ତ ଶର୍କରା ପରୀକ୍ଷା କରିବାକୁ ହାଉସ ସର୍ଜନ ଡାକ୍ତର କହିଥିଲେ। ହେଲେ ସେଠାରେ କାର୍ଯ୍ୟରତ ନର୍ସମାନେ ଶର୍କରା ପରୀକ୍ଷା କରିନଥିଲେ।

ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଶୁକ୍ରବାର ସକାଳେ ଉଭୟ ପକ୍ଷର ୧୦୦ରୁ ଅଧିକ ଡାକ୍ତର ଓ ନର୍ସ ପୃଥକ୍‌ ଭାବେ ଅଧିକ୍ଷକଙ୍କ ପାଖରେ  ଜମା ହୋଇଥିଲେ। ସେଠାରେ ସେମାମଙ୍କ ମଧ୍ୟରେ ମୁହାମୁହିଁ ପରିସ୍ଥିତି ଉପୁଜିଥିଲା। ଉଭୟ ହାତାହାତି ହୋଇଥିଲେ। ଏବେ ନର୍ସଙ୍କ ଧାରଣା ଜାରି ରହିଛି । ବୈଦ୍ୟନାଥପୁର ଥାନା  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଚେଷ୍ଠା କରୁଛି ।

   Related Posts