ଭାରତୀୟମାନେ ମାଗଣାରେ ଖାଇବା ପାଇଁ ଆସୁଛନ୍ତି.. ବାଂଲା ମନ୍ତ୍ରୀଙ୍କ ବିବାଦୀୟ ବୟାନ

Published By : Prameya-News7 Bureau | December 17, 2019 IST

ନୂଆଦିଲ୍ଲୀ୧୭/୧୨: ନାଗରିକତା ସଂଶୋଧନ ବିଲକୁ ନେଇ ରାଜନୈତିକ ଦଳ ମଧ୍ୟରେ କନ୍ଦଳ ଲାଗି ରହିଛି। ଏ ନେଇ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏହି ସମୟରେ ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏ.କେ ଅବ୍‌ଦୁଲ ମୋମେନ ଭାରତ ଉପରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତର ଲୋକମାନେ ବାଂଲାଦେଶକୁ ଆସନ୍ତି। ଭାରତଠାରୁ ବାଂଲାଦେଶର ଅର୍ଥନୀତି ବହୁତ ଭଲ। ଏଠାରେ ସେମାନଙ୍କୁ ମାଗଣା ଖାଇବାକୁ ଦିଆଯାଏ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ବହୁ ଯୁବକ ଚାକରି କରିବା ଲାଗି ବାଂଲାଦେଶକୁ ଆସନ୍ତି। ଯେଉଁମାନେ ବେଆଇନ ଭାବେ ବାଂଲାଦେଶରେ ଅଛନ୍ତି ସେମାନଙ୍କୁ ଭାରତକୁ ପଠାଇ ଦିଆଯିବ ବୋଲି ବୈଦେଶିକ ମନ୍ତ୍ରୀ ଏ.କେ ଅବ୍‌ଦୁଲ କହିଛନ୍ତି।

ବାଂଲାଦେଶର ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଭାରତ ସଂପର୍କରେ ବୈଦେଶିକ ମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ବୈଦେଶିକ ମନ୍ତ୍ରୀ ଏ,କେ ଅବଦୁଲ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଭାରତର ଅଧିକାଂଶ ଲୋକମାନେ ଚାକିରି କରିବା ଲାଗି ବାଂଲାଦେଶ ଆସୁଛନ୍ତି। ଭାରତଠାରୁ ବାଂଲାଦେଶର ଅର୍ଥନୀତି ବେଶ ସୁଦୃଢ଼। ସେମାନେ ମାଗଣାରେ ଖାଇବାକୁ ବାଂଲାଦେଶ ଆସନ୍ତି। ବାଂଲାଦେଶରେ ଯେଉଁମାନେ ବେଆଇନ ଭାବେ ରହିଛନ୍ତି ସେମାନଙ୍କୁ ଖୁବ୍‌ ଶୀଘ୍ର ଭାରତକୁ ପଠାଇଦିଆ ଯିବ ବୋଲି ଏ.କେ ଅବଦୁଲ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.