OCA ମୁଖ୍ୟ କୋଚ୍ ଓ୍ୱାସିମ୍ ଜାଫରଙ୍କୁ ନେଇ ଦ୍ୱନ୍ଦ୍ୱ, ଛାଡ଼ି ପାରନ୍ତି କୋଚ୍‌ ପଦ

Published By : Prameya-News7 Bureau | June 02, 2022 IST

କଟକ : ଓସିଏର ମୁଖ୍ୟ କୋଚ୍ ଓ୍ବାସିମ୍ ଜାଫର୍ ଛାଡିପାରନ୍ତି କୋଚ୍ ଦାୟିତ୍ୱ। ବାଂଲାଦେଶର ୧୯ ବର୍ଷରୁ କମ୍ ଟିମର କୋଚ୍ ପଦ ପାଇଁ ରେସରେ ଅଛନ୍ତି ଜାଫର୍। ଯଦି ବାଂଲାଦେଶ ଟିମର କୋଚ୍ ପାଇଁ ତାଙ୍କୁ ଚୟନ କରାଯାଏ, ତେବେ ସେ ଓଡିଶା ଟିମର କୋଚ୍ ପଦ ଛାଡିବା ଏକ ପ୍ରକାର ନିଶ୍ଚିତ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି।

ସଞୟଙ୍କ କହିବା ଅନୁସାରେ ଅନ୍ତର୍ଜାତୀୟ ସ୍ତରରେ କୋଚ୍ ଅଫର ପାଇଲେ ଜାଫର୍ ପଦ ଛାଡି ପାରନ୍ତି। କିନ୍ତୁ ଏ ନେଇ ତାଙ୍କ ପାଖରେ କୌଣସି ଆନୁଷ୍ଠାନିକ ଖବର ନଥିବା ଓସିଏ ସମ୍ପାଦକ କହିଛନ୍ତି। ୨୦୨୧ ଜୁଲାଇ ୨୩ରେ ଜାଫର୍ ଓଡିଶା କ୍ରିକେଟ ଟିମର ମୁଖ୍ୟ କୋଚ୍ ଭବେ ଦାୟିତ୍ୱ ଗ୍ରହଣ କରିଥିଲେ। ଜାଫର ଦୁଇ ବର୍ଷ ପାଇଁ ଓସିଏ ସହ ଅନୁବନ୍ଧିତ ହୋଇଥିଲେ। ଏବେ ତାଙ୍କର କାର୍ଯ୍ୟକାଳ ଆହୁରି ବର୍ଷେ ବାକି ଅଛି। ଜାଫରଙ୍କଠାରୁ ଏ ନେଇ ବିଧିବଦ୍ଧ ସୂଚନା ପାଇବା ପରେ ଓଡିଶା ଟିମର ପରବର୍ତ୍ତି କୋଚ୍ ଚୟନ ପାଇଁ ପଦକ୍ଷେପ ନିଆଯିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.