ଗୋରୁ ମାଂସ ବୋଝେଇ କଣ୍ଟେନର ଜବତ୍, ଡ୍ରାଇଭର ସମେତ ୨ଅଟକ
10/07/2023 at 10:34 AM

ଚୌଦ୍ଵାର ୧୦/୦୭: ନରସିଂହପୁର ଚମ୍ପେଶ୍ୱର୍ ରୁ କଲିକତା ଯାଉଥିବା ଏକ ଗୋରୁ ମାଂସ ବୋଝେଇ କଣ୍ଟେନରକୁ ଧରିବାରେ ସଫଳ ହୋଇଥିଲା ବଜରଙ୍ଗ ଦଳ । ସୂଚନା ଅନୁଯାୟୀ ମାଂସ ବୋଝେଇ ଗାଡ଼ି ଯାଉଥିବା ଖବର ପାଇ କଟକ ବଜରଙ୍ଗ ଦଳର ସଦସ୍ୟ ମାନେ ଆଠଗଡରୁ ପିଛା କରି ଆସିଥିଲେ । ଚୌଦ୍ଵାର ମଙ୍ଗୁଳି ନିକଟସ୍ଥ ଚାଉଳିଆ ପୋଲ ଠାରେ ଗାଡ଼ିକୁ ଧରିବାରେ ସଫଳ ହୋଇଥିଲେ ।
କଣ୍ଟେନର କୁ ସୁରକ୍ଷା ଦେଇ ଆସୁଥିବା ଆଉ ଏକ କାର ରେ କିଛି ବ୍ୟକ୍ତି ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ମାତ୍ର ବଜରଙ୍ଗ ଦଳର ସଦସ୍ୟ ମାନେ ପିଛା କରି ଆସିଥିବା ବେଳେ ଗାଡ଼ିକୁ ଧରିବାରେ ସଫଳ ହୋଇଥିଲେ । ସୁରକ୍ଷା ଦେଉଥିବା ଗାଡ଼ି ଚାଲି ଯାଇଥିବା ବେଳେ ସେହି ଗାଡ଼ିରେ କଣ୍ଟେନରରେ ଥିବା ଜଣେ ବ୍ୟକ୍ତି ମଧ୍ୟ ଖସି ଯିବାରେ ସଫଳ ହୋଇଥିଲେ ।
ପରେ ଚୌଦ୍ଵାର ପୋଲିସ ପହଞ୍ଚି ଗାଡ଼ିକୁ ଜବତ୍ କରିବା ସହ ଡ୍ରାଇଭର ସମେତ ଦୁଇ ଜଣଙ୍କୁ ଧରି ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି । କଣ୍ଟେନର ରେ ପ୍ରାୟ ୩୦ଟନ ରୁ ଅଧିକ ମାଂସ ଥିବା ଜଣା ପଡିଛି । ପ୍ରତିଦିନ ରାତିରେ ବହୁ ଥାନା ଦେଇ ରାଜପଥ ରେ ଗୋରୁ ମାଂସ ବୋଝେଇ ଗାଡ଼ି ଯାଉଥିବା ବେଳେ ପୋଲିସ କିପରି ଜାଣି ପାରୁନି ଏନେଇ ବଜରଙ୍ଗ ଦଳ ପ୍ରଶ୍ନ କରିଛି ।