‘ମହାଭାରତ’ର ଶକୁନି ମାମା ଗୁଫି ପେଣ୍ଟଲ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
2/06/2023 at 6:31 PM

ମୁମ୍ବାଇ ୨।୬: ଟେଲିଭିଜନ ସିରିୟଲ ‘ମହାଭାରତ’ରେ ମାମାଶ୍ରୀ ଶକୁନି ଭୂମିକାରେ ଅଭିନୟ କରି ପ୍ରଶିଦ୍ଧି ଅର୍ଜନ କରିଥିବା ଅଭିନେତା ଗୁଫି ପେଣ୍ଟଲ ଅସୁସ୍ଥ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁଫି ପେଣ୍ଟଲ ଅସୁସ୍ଥ ଥିବା ଓ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଜଣାଶୁଣା ସିନେ ଅଭିନେତ୍ରୀ ଟିନା ଘଇ ତାଙ୍କ ଇଂଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ତେବେ ଗୁଫିଙ୍କ ପରିବାରର କଥା କହି ତାଙ୍କ ସମ୍ପର୍କରେ ଅଧିକ କିଛି ସୂଚନା ଦେଇ ପାରି ନାହାନ୍ତି।

ଟିନା ତାଙ୍କ ଇଂଷ୍ଚାରେ ଗୁଫିଙ୍କ ଏକ ଫଟୋ ସେୟାର କରି ଅଭିନେତା ସମସ୍ୟାରେ ଥିବା ଓ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି। ଏ ବାବଦେ ଜାଣିବା ପାଇଁ ଗଣମାଧ୍ୟ ଉଦ୍ୟମ କରିବା ବେଳେ ଅଭିନେତା ଓ ତାଙ୍କ ପରିବାର ଏ ବାବଦେ କୌଣସି ବିସ୍ତୃତ ବିବରଣୀ ଦେବାକୁ ମନା କରିଥିବା କହିଛନ୍ତି। ତେବେ ଗୁଫି ଅସୁସ୍ଥ ଥିବାର ଜଣା ପଡିବା ପରଠାରୁ ତାଙ୍କ ଫ୍ୟାନ୍ସ ତାଙ୍କ ଲାଗି ପ୍ରାର୍ଥନା କରିବା ଆରମ୍ଭ କରିଦେଇଛନ୍ତି।

ଗୁଫି ପେଣ୍ଟଲ ବି.ଆର.ଚୋପ୍ରାଙ୍କ ମହାଭାରତ ବ୍ୟତୀତ ଅନେକ ବଲିଉଡ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ସେ ‘ଶ୍ରୀ ଚୈତନ୍ୟ ମହାପ୍ରଭୁ’ ନାମକ ଏକ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। କୁହାଯାଉଛି ମହାଭାରତର ଶକୁନୀ ଭୂମିକାରେ ଅଭିନୟ କରିବା ପୂର୍ବରୁ ଗୁଫି ଆର୍ମିରେ ଚାକିରୀ କରୁଥିଲେ। ସେ ଭାରତ-ଚୀନ୍ ସୀମାରେ ରାମ ଲିଳା କରୁଥିଲେ। ତେବେ ସବୁଠୁ ମଜାଦର କଥା ହେଲା ସେ ଅଭିନୟ କରୁଥିବା ରାମାୟଣରେ ମାତା ସୀତାଙ୍କ ଭୂମିକା ନିର୍ବାହ କରୁଥିଲେ।