Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଡାକ୍ତରଖାନା ଛାତରୁ ଖସିଲା କଂକ୍ରିଟ୍‌ ଖଣ୍ଡ; ନିରବଦ୍ରଷ୍ଟା ସାଜିଛନ୍ତି ମେଡ଼ିକାଲ କର୍ତ୍ତୃପକ୍ଷ

3/09/2022 at 4:05 PM

ଆନନ୍ଦପୁର ୦୩/୦୯: ଡାକ୍ତରଖାନା ବିଲଡିଂର ଛାତରୁ ଖସିଲା କଂକ୍ରିଟ୍‌ ଖଣ୍ଡ। ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ମାତୃ ଓ ଶିଶୁ ରୋଗ ବିଭାଗ ବିଲଡିଂର ତୃତୀୟ ମହଲାର ପ୍ରସୂତୀ ଓ୍ବାର୍ଡ ବାରଣ୍ଡାରେ ଏପରି ଘଟଣା ହୋଇଛି। ମଧ୍ଯାହ୍ଣ ସମୟରେ ଏହି ଅଘଟଣ ଘଟିଥିଲା। ଏହି ସମୟରେ ବାରଣ୍ଡା ଛାତତଳେ ବସି ଖାଉଥିବା ୭ରୁ ଅଧିକ ରୋଗୀଙ୍କ ସମ୍ପର୍କୀୟ ମହିଳାମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପ୍ରାୟ ୨ ବର୍ଷ ହେବ ଡାକ୍ତରଖାନା ବିଲଡିଂର ଏହି ଜାଗାରୁ ବାରମ୍ବାର କଂକ୍ରିଟ୍ ଖଣ୍ଡ ଖସୁଥିବାବେଳେ ରୋଗୀ ତଥା ସେମାନଙ୍କ ସମ୍ପର୍କୀୟଙ୍କ ପ୍ରତି ବିପଦ ଦେଖା ଦେଇଛି।

ତେବେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିଥିଲେ ମଧ୍ଯ କର୍ତ୍ତୃପକ୍ଷ ଏଠାରେ ନିରବ ଦ୍ରଷ୍ଟା ସାଜିଛନ୍ତି। ଏହି ବିପଦପୂର୍ଣ୍ଣ ଡାକ୍ତରଖାନା ବିଲଡିଂ ବିଷୟରେ ଡାକ୍ତରଖାନା ଅଧ୍ୟକ୍ଷଙ୍କ ସହିତ ଯୋଗାଯୋଗ କରାଯାଇଥିଲା। କିନ୍ତୁ ଅଧ୍ୟକ୍ଷ ଡାକ୍ତରଖାନାରେ ନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ସେପଟେ ବିଲଡିଂଟି ମାତ୍ର ଅଳ୍ପ କିଛି ବର୍ଷ ତଳେ କାର୍ଯ୍ଯକ୍ଷମ ହୋଇଥିଲା। ଏପରିସ୍ଥଳେ ନିମ୍ନମାନର କାମ ପାଇଁ ଖୁବ୍ କମ୍ ଦିନରେ ଏଭଳି ଅବସ୍ଥାରେ ପହଁଞ୍ଚିଥିବା ସ୍ଥାନୀୟ ଲୋକେ  ଅଭଯୋଗ କରିଛନ୍ତି।

   Related Posts