ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ଛାତରୁ ଖସିଲା କଂକ୍ରିଟ୍; ଆହତ ହେଲେ ଆକାଉଣ୍ଟାଣ୍ଟ
5/09/2022 at 8:04 PM

ମାଲକାନାଗିରି ୦୫/୦୯: ମାଲକାନଗିରି ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଛାତରୁ ଖସିଲା କଂକ୍ରିଟ୍ ଖଣ୍ଡ। ଫଳରେ ଜଣେ ସରକାରୀ କର୍ମଚାରୀ ଆହତ ହେବା ସହିତ କମ୍ପୁଟର ରୁମ୍ର ବହୁ ଉପକରଣ ଭାଙ୍ଗି ନଷ୍ଟ ହୋଇଯାଇଛି। ମିଶନ ଶକ୍ତି ଯୋଜନାର ଆକାଉଣ୍ଟାଣ୍ଟ୍ ଦୁର୍ଯ୍ୟୋଧନ ବାଙ୍କିଆ କମ୍ପ୍ୟୁଟର ରୁମରେ କାମ କରିବା ବେଳେ ଏପରି ହୋଇଛି। ୨୩ ବର୍ଷ ପୁରୁଣା ଏହି ଶିଶୁ ବିକାଶ କାର୍ଯ୍ୟାଳୟ ପୁରା ନଷ୍ଟ ହୋଇ ଯାଇଛି। ନୂଆ କୋଠା ତିଆରି ପାଇଁ ରାଜ୍ୟ ସରକାର ଟଙ୍କା ଦେଇଛନ୍ତି। ହେଲେ ସରକାରୀ ଅଧିକାରୀଙ୍କ ଅବହେଳାରୁ ଏବେ ସୁଦ୍ଧା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନାହିଁ ବୋଲି ସିଡିପିଓ କହିଛନ୍ତି।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023