Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ଧଉଳିରେ ଗଛ କଟାକୁ ନେଇ ଉଦ୍‌ବେଗ, ୧୦ ଗୁଣା ଗଛ ଲଗାଇବାକୁ ଦାବି

26/10/2022 at 6:29 PM

ବାଲିପାଟଣା,୨୬/୧୦: ଧଉଳିରେ ଯେତିକି ଗଛ କାଟିଛ ତାର ଦଶଗୁଣା ଗଛ ଲଗାଅ । ନହେଲେ ମାମଲା କୋର୍ଟକୁ ଯିବ । ଏଭଳି କହିଛନ୍ତି ପକୃତିପ୍ରେମୀ ତଥା ପ୍ରେରଣାଗ୍ରୀନ୍‌ ଆର୍ମୀର ସଭାପତି ଦିଲ୍ଲୀପ ଶ୍ରୀଚନ୍ଦନ । ଧଉଳି ସୌନ୍ଦର୍ଯ୍ୟକରଣ ଆଳରେ ଶାନ୍ତିସ୍ତୁପ ଚତୁପାର୍ଶ୍ବରେ ଥିବା ଶହଶହ ଗଛ କଟାଯାଇଛି । ଯାହାକୁ ନେଇ ବିରୋଧି ଦଳମାନେ ବିରୋଧ କରିଛନ୍ତି । ଆଜି ପକୃତିପ୍ରେମୀ ତଥା ପ୍ରେରଣା ଗ୍ରୀନ୍‌ ଆର୍ମୀର ସଭାପତି ଦିଲ୍ଲୀପ ଶ୍ରୀଚନ୍ଦନ ଧଉଳିରେ ପହଂଚି ପରିସ୍ଥିତି ଦେଖିବା ପରେ ଏହାକୁ ନିନ୍ଦାକରିଛନ୍ତି । ଠିକାସଂସ୍ଥା ଅମାନୁଷିକ ଭାବେ ଶହଶହ ଗଛ କାଟିଦେଇଛି । ଏହି କ୍ଷତିର ଭରଣା ପାଇଁ ଯେତିକି ଗଛ କଟା ଯାଇଛି ତାର ଦଶ ଗୁଣା ଗଛ ତୁରନ୍ତ ଲଗାଇବା ପାଇଁ ସେ ଦାବି କରିଛନ୍ତି । 

   Related Posts