ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ବାର୍ଷିକରେ ମାଙ୍ଗାଲୁରରେ ଦେଖାଯାଇଛି ଆତଙ୍କ ସମର୍ଥନରେ ୱାଲିଂ , ପୋଲିସ ତଦନ୍ତ ଜାରି

Published By : Prameya-News7 Bureau | November 27, 2020 IST

ମାଙ୍ଗାଲୁରୁ ୨୭।୧୧: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଦ୍ୱାଦଶ ବାର୍ଷିକ ଅବସରରେ ସାରା ଦେଶ ଯେତେବେଳେ ୨୬/୧୧କୁ ମନେ ପକାଉଥିଲା ସେତିକି ବେଳେ ମାଙ୍ଗାଲୁରରେ ଏକ ୱାଲିଂ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହା ଆତଙ୍କବାଦୀ ସମୂହଙ୍କୁ ସମର୍ଥିତ କରୁଥିବା ବେଳେ ଦେଶ ଉପରେ ଆବଶ୍ୟକ ପଡିଲେ ବିଦେଶୀ ଆତଙ୍କବାଦୀଙ୍କୁ ଆଣି ଆକ୍ରମଣ କରିବାକୁ ବି ପଛେଇବୁନି ବୋଲି ଏହି ଚିତ୍ର କହୁଛି।

ଘଟଣା ଜଣାପଡିବା ପରେ ପୋଲିସ ପହଞ୍ଚି ୱାଲିଂକୁ ନଷ୍ଟ କରାଯିବା ସହ ମାମଲା ପଛରେ ହାତ ଥିବା ଲୋକଙ୍କ ତଲାସ ଜାରି ରଖିଛି। ସହରର ସର୍କିଟ ହାଉସ୍ ନିକଟସ୍ଥ ଏକ ଆପାର୍ଟମେଣ୍ଟର କମ୍ପାଉଣ୍ଡ ୱାଲରେ କେହି କଳାରଙ୍ଗରେ ଏହି ଗ୍ରାଫିଟି କରିଥିବା ଦେଖାଯାଇଥିଲା। ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସକୁ ସୂଚିତ କରିଥିଲେ। ପୋଲିସ ପହଞ୍ଚି ଗ୍ରାଫିଟିକୁ ଲିଭାଇ ମାମଲାର ତଦନ୍ତ କରୁଛି।

ଗ୍ରାଫିଟିରେ ଲସ୍କର ଜିନ୍ଦାବାଦ ଉଲ୍ଲେଖ ଥିବା ବେଳେ ‘ଡୁ ନଟ ଫୋର୍ସ ଅସ ଟୁ ଇନଭାଇଟ୍ ଲସ୍କର-ଏ-ତୌୟବା, ତାଲିବାନ ଟୁ ଡିଲ ୱିଥ ସଂଘୀ ଏଣ୍ଡ ମନୁବାଦୀ’ ବୋଲି ଉଲ୍ଲେଖରହିଥିଲା। କାଦରୀ ପୋଲିସ ପହଞ୍ଚି କାନ୍ଥରୁ ଏହି ସବୁ ବିଭ୍ରାନ୍ତିକର ଲେଖା ଲିଭାଇବା ସହ ଘଟଣା ପଛରେ ହାତ ଥିବା ଲୋକଙ୍କୁ ଖୋଜୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.