ପ୍ରଧାନଶିକ୍ଷକଙ୍କ ବଦଳିକୁ ନେଇ ଧାରଣା; ଧାମନଗର ଗାର୍ଲସ ହାଇସ୍କୁଲ ଆଗରେ ବିକ୍ଷୋଭ କଲେ ଛାତ୍ରୀ

Published By : Prameya-News7 Bureau | September 13, 2022 IST

ଭଦ୍ରକ ୧୩/୦୯: ଶିକ୍ଷକ ବଦଳିକୁ ନେଇ ସ୍କୁଲ ପିଲାଙ୍କ ଅସନ୍ତୋଷ। ରାସ୍ତାରେ ବସିଲେ ଓ ବଦଳି ବାତିଲ କରିବା ପାଇଁ ଦାବି କଲେ। ଏପରି ଚିତ୍ର ଭଦ୍ରକ ଜିଲ୍ଲା ଧାମନଗର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ସେଠାରେ ଛାତ୍ରଛାତ୍ରୀମାନେ ତାଙ୍କ ଶିକ୍ଷକଙ୍କୁ ଫେରାଇଆଣିବାକୁ ଦାବି କରିବା ସହିତ ଜୋରଦାର ଆନ୍ଦୋଳନ କରୁଥିବା ଦେଖିବାକୁ ମିଶିଛି। ଖବର ଅନୁସାରେ, ଧାମନଗର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବଦଳିକୁ ନେଇ ଛାତ୍ରୀମାନେ ସ୍କୁଲର ମୁଖ୍ୟ ଫାଟକ ଆଗରେ ଧାରଣା ଦେଇଛନ୍ତି।

wp:embed {"url":"https://youtu.be/xzQUx6Nv9Qk","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://youtu.be/xzQUx6Nv9Qk
/wp:embed

ସ୍କୁଲର ପିଲାମାନେ ପ୍ରଥମେ ସ୍କୁଲ ଆଗରେ ଥିବା ରାସ୍ତା ଉପରେ ଧାରଣା ଦେଇଥିଲେ। ଘଟଣା ସ୍ଥଳରେ ଧାମନଗର ପୋଲିସ ପହଞ୍ଚି ଏହି ସ୍କୁଲର ଶିକ୍ଷକଙ୍କ ସହ ପିଲାଙ୍କୁ ବୁଝାଇବା ପରେ ଛାତ୍ରୀମାନେ ରାସ୍ତାରୁ ହଟି ସ୍କୁଲର ମୁଖ୍ୟ ଫାଟକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦେଇଛନ୍ତି। ସ୍କୁଲ୍‌ର ବଦଳି ହୋଇଥିବା ଶିକ୍ଷକଙ୍କ ପାଇଁ ସ୍କୁଲ୍‌ରେ ଶିକ୍ଷା ଓ ଅନ୍ୟସବୁ କ୍ଷେତ୍ରରେ ଉନ୍ନତି ହୋଇଛି। ଆମେ ଆମ ପ୍ରଧାନ ଶିକ୍ଷକଙ୍କୁ ଚାହୁଁ ବୋଲି ଛାତ୍ରୀମାନେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.