୧୫ଜଣ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ସରକାରୀ ସ୍କୁଲର ଶିକ୍ଷକ ଗିରଫ
28/02/2020 at 2:53 PM

ମୁମ୍ବାଇ ୨୮/୨: ନଭି ମୁମ୍ବାଇର ମହାପେ ଅଞ୍ଚଳର ଏକ ସରକାରୀ ସ୍କୁଲରେ କମ୍ପ୍ୟୁଟର କ୍ଲାସ୍ ଚାଲିଥିବାବେଳେ ୧୫ଜଣ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ କମ୍ପ୍ୟୁଟର ଶିକ୍ଷକଙ୍କୁ ଗିରଫ କରାଯାଇଛି। ଏହି କମ୍ପ୍ୟୁଟର ଶିକ୍ଷକଙ୍କୁ ମାର୍ଚ୍ଚ ୨ତାରିଖ ଯାଏଁ ପୋଲିସ ହେପାଜତକୁ ନିଆଯାଇଛି। ଆଇପିସି ଏବଂ ପୋକ୍ସୋ ଅଧିନିୟମର ଧାରା ଅନୁସାରେ ମାମଲା ରୁଜୁ କରାଯାଇଛି।
କିଛି ଦିନ ତଳେ ଗୁରୁଗ୍ରାମର ଏକ ସରକାରୀ ସ୍କୁଲରେ ଜଣେ ଶିକ୍ଷକ ୮ବର୍ଷର ଶିଶୁଙ୍କୁ ଖରାପ ବ୍ୟବହାର କରିବା ମାମଲା ସାମନାକୁ ଆସିଥିଲା। ଉକ୍ତ ଶିକ୍ଷକ ନିଶା ଅବସ୍ଥାରେ ସ୍କୁଲରେ ପହଞ୍ଚିଥିଲା ଏବଂ ୮ବର୍ଷର ଶିଶୁଙ୍କୁ ଦୁର୍ବ୍ୟବହାର କରିଥିଲା। ଏହି ମାମଲା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରି ପୋଲିସ୍ ଶିକ୍ଷକକୁ ଗିରଫ କରିଥିଲା।
କସବାର ସଦର ବଜାର ସ୍ଥିତ ପରିଷଦୀୟ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକ ଦ୍ବିତୀୟ ଶ୍ରେଣୀର ଛାତ୍ରୀଙ୍କ ସହ ଅସଦାଚରଣ କରିବା ମାମଲା ସାମନାକୁ ଆସିଥିଲା। ଯେତେବେଳେ ଛାତ୍ରୀଙ୍କ ଅଭିଭାବକଙ୍କୁ ଏବିଷୟରେ ଜଣା ପଡ଼ିଥିଲା ସେ ଏଥିପାଇଁ ଅଭିଯୋଗ କରିବାକୁ ସ୍କୁଲକୁ ପହଞ୍ଚିଥିଲେ କିନ୍ତୁ ସ୍କୁଲ୍ ପରିଚାଳନା ଏହି କଥାକୁ ଗୁରୁତ୍ବ ନଦେଇ ତାଙ୍କୁ ସ୍କୁଲରୁ ବିଦା କରି ଦେଇଥିଲେ।