ctrl+c,ctrl+v ର ଆବିଷ୍କାରକ ଲାରୀ ଟେସ୍ଲରଙ୍କ ପରଲୋକ
20/02/2020 at 5:32 PM

ୱାସିଂଟନ : କମ୍ପ୍ୟୁଟର ହେଉ ବା ସ୍ମାର୍ଟ ଫୋନ ୟୁଜର ନିଶ୍ଚିତ ଗୋଟିଏ କମାଣ୍ଡର ଉପଯୋଗ ପ୍ରାୟତଃ କରିଥାନ୍ତି। ତାହା ହେଉଛି ctrl+c ଓ ctrl+v। ଏହାର ଅର୍ଥ ହେଉଛି କଣ୍ଟ୍ରୋଲ କପିଓ କଣ୍ଟ୍ରୋଲ ପେଷ୍ଟ। କମ୍ପ୍ୟୁଟରରେ କାମ ସୁଗମ ଲାଗି ଏହି କି ର ଉଦ୍ଭାବନ କରିଥିବା ଆମେରିକୀୟ ବୈଜ୍ଞାନିକ ଲାରି ଟେସ୍ଲରଙ୍କ ୭୪ ବର୍ଷ ବୟସରେ ପରଲୋକ ହୋଇଛି।

ଲାରି ୧୯୬୦ ମସିହାରେ ଆମେରିକାର ସିଲିକନ ଭେଲିରେ କମ୍ପ୍ୟୁଟର ଇଞ୍ଜିନିୟର ଭାବେ ଯୋଗଦେଇଥିଲେ। ତାଙ୍କ କାମକୁ ଶରଳ କରିବା ଲାଗି କମ୍ପ୍ୟୁଟରରେ ସେ ଏହି କମାଣ୍ଡର ପ୍ରଥମ ଉଦଭାବନ କରିଥିଲେ। ତାଙ୍କ କ୍ୟାରିୟରର ଅଧିକାଂଶ ସମୟ ଜେରକ୍ସ କମ୍ପାନୀରେ କଟିଥିଲା। ଜେରକ୍ସରେ ଅବସ୍ଥାପିତ ଥିବା ବେଲେ ଲାରି ଏହି କମାଣ୍ଡର ଆବିଷ୍କାର କରିଥିଲେ। ଲାରିଙ୍କ ପରଲୋକରେ ଜେରକ୍ସ କମ୍ପାନୀ ଏକ ଟ୍ୱିଟ୍ ବାର୍ତ୍ତାରେ ଶୋକ ବ୍ୟକ୍ତ କରିବା ସହ ତାଙ୍କ ଆବିଷ୍କାରକୁ ଯୁଗାନ୍ତକାରୀ ବୋଲି ଅଭିହିତ କରିଛନ୍ତି।

ନ୍ୟୁୟର୍କ ସହରରେ ୧୯୪୫ ମସିହାରେ ଲାରିଙ୍କ ଜନ୍ମ ହୋଇଥିଲା। ସେ ଷ୍ଟାନଫୋର୍ଡ ୟୁନିଭର୍ସିଟିରୁ ସ୍ନାତକ ଉତୀର୍ଣ୍ଣ ହେବା ପରେ କମ୍ପ୍ୟୁଟର ବ୍ୟବହାରକୁ ଅଧିକ ଶରଳ କରିବା ଲାଗି ସିଷ୍ଟମ ଇଣ୍ଟରଫେସ୍ ଡିଜାଇନରେ ବିଶେଷଜ୍ଞ ହୋଇପାରିଥିଲେ। ସେ ତାଙ୍କର ଦୀର୍ଘ କ୍ୟାରିୟରରେ ଆପଲ କମ୍ପାନୀରେ ମଧ୍ୟ କାମ କରିଛନ୍ତି। କମ୍ପାନୀର ସଂସ୍ଥାପକ ଷ୍ଟିଭ ଜବସଙ୍କ ଆମନ୍ତ୍ରଣ କ୍ରମେ ସେ ୧୭ ବର୍ଷ କାଳ ଆପଲରେ ମୁଖ୍ୟ ଗବେଷକ ଭାବେ ମଧ୍ୟ କାମ କରିଥିଲେ।