previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୁକ୍ରବାର ବଜାର ମାନ୍ଦା, ଲାଲ୍ ରଙ୍ଗରେ ଖୋଲିଲା ନିଫ୍ଟି ଓ ସେନସେକ୍ସ
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୫୬୧ କରୋନା ପଜିଟିଭ୍
  • ||
  • ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ସ୍କୁଲରୁ କମ୍ପ୍ୟୁଟର ସାମଗ୍ରୀ ଚୋରି କଲେ ଦୁର୍ବୃତ୍ତ, ବ୍ଲାକ୍‌ ବୋର୍ଡରେ ଲେଖିଲେ ଇଟ୍‌ସ ମି ଧୁମ-୪, କମିଙ୍ଗ୍‌ ସୁନ୍‌

3/07/2022 at 7:39 PM

ନବରଙ୍ଗପୁର, ୦୩/୦୭: ଚୋରଙ୍କ ଧୁମ୍ ଫିଲ୍ମ୍ ଷ୍ଟାଇଲରେ ଚୋରି । ଚୋରି କରି ଚୋର ଲେଖିଲେ ଇଟ୍ସ୍‌ ଧୁମ୍ ୪ କମିଙ୍ଗ୍‌ ସୁନ୍‌ । ସାମଗ୍ରୀ ଚୋରି କଲେ  ଓ ଯିବା ପୂର୍ବରୁ ଚୋରମାନେ ବ୍ଲାକ୍‌ ବୋର୍ଡରେ ଏପରି ଲେଖିଗଲେ “ସ୍କୁଲ ପିଲା ଧରିପାରିଲେ ଧର ” । ଯାହା ଏବେ ଚର୍ଚ୍ଚା ପାଲଟିଛି । ଏପରି ଲେଖି ପୋଲିସକୁ ‌ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି ଚୋର l ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଇନ୍ଦ୍ରାବତୀ ସ୍ଥିତ ଖାତିଗୁଡ଼ା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ।

ନବରଙ୍ଗପୁର ଜିଲ୍ଲାରେ ଗତ ଶୁକ୍ରବାର ଦିନ ରଥଯାତ୍ରା ପାଇଁ ସ୍କୁଲ ଛୁଟି ଥିବାରୁ ସ୍କୁଲ ବନ୍ଦ ରହିଥିଲା । ଏହାର ପରଦିନ ଅର୍ଥାତ୍ ଶନିବାର ଦିନ ସ୍କୁଲ ଫାଟକ ଖୋଲିବା ବେଳେ ବିଦ୍ୟାଳୟର ମୁଖ୍ୟ ଫାଟକର ଚାବି ଭାଙ୍ଗି ହୋଇ ପ୍ରଧାନଶିକ୍ଷକଙ୍କ କକ୍ଷରେ ଥିବା ୨ଟି ତାଲା ଭାଙ୍ଗି କମ୍ପ୍ୟୁଟର, ପ୍ରିଣ୍ଟର୍ କମ୍‌ ଜେରକ୍ସ ମେସିନ୍‌ ଏବଂ ସାଉଣ୍ଡ ବକ୍ସ, ଏନଂଫଲ୍ଫେୟାର ତାର, କୋଡ, ମାଉଥ  ମେସିନ ଚୋରି କରିଥିଲେ। ଚୋରି ହୋଇଥିବା ଏହି କମ୍ପ୍ୟୁଟରରେ ସ୍କୁଲର ବିଭିନ୍ନ ତଥ୍ୟ, ପରୀକ୍ଷା ସମ୍ବନ୍ଧୀୟ ତଥ୍ୟ ସହ ସ୍କୁଲ ଛାତ୍ରଛାତ୍ରୀଙ୍କ ବିଭିନ୍ନ ତଥ୍ୟ ରହିଥିଲା । ଚୋରି କରି ଚମ୍ପଟ ମାରିବା ପୂର୍ବରୁ ଦୁର୍ବୃତ୍ତ ପୁଲିସ ତଥା ସ୍କୁଲ କର୍ତ୍ତୃପକ୍ଷଙ୍କୁ ଚ୍ୟାଲେଞ୍ଜ ଦେବା ପାଇଁ ବ୍ଳାକ୍‌ ବୋର୍ଡରେ ‌ଇଟ୍‌ସ ମି ଧୁମ-୪ ଲେଖିଥିଲେ। ଏପରିକି ଦୁର୍ବୃତ୍ତମାନେ କମିଙ୍ଗ୍‌ ଶୁନ୍‌, ସ୍କୁଲ ପିଲା ଧରିପାରିଲେ ଧର ଏବଂ ଆମେ ପୁଣି ଆସିବୁ ବୋଲି ଲେଖି ଚାଲି ଯାଇଥ‌ିଲେ l

ଏଥିସହ ବ୍ଲାକ ବୋର୍ଡରେ କିଛି ମୋବାଇଲ ନମ୍ୱର୍ ଲେଖିଛନ୍ତି । ଯେଉଁଥିରେ ସ୍କୁଲ ଶିକ୍ଷକଙ୍କ ନମ୍ୱର୍ ମଧ୍ୟ ରହିଛି । ରଥଯାତ୍ରା ପାଇଁ ସ୍କୁଲ ଛୁଟି ଥିବାରୁ ଶନିବାର ସକାଳେ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଦ୍ୟାଳୟରେ ପହଞ୍ଚିବା ପରେ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଜାଣିବାକୁ ପାଇବା ସହ ଚୋରମାନେ ବ୍ଲାକ୍‌ ବୋର୍ଡରେ ଲେଖିଥିବା ଲେଖାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଖାତିଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚି ତଦନ୍ତ କରୁଛି l କିନ୍ତୁ ଦୁର୍ବୃତ୍ତମାନେ ଖୋଲାଖୋଲି ଚ୍ୟାଲେଞ୍ଜ କରିଥିବା ବେଳେ ସେମାନଙ୍କୁ ଖୋଜି ବାହାର କରିବା ବର୍ତ୍ତମାନ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ ଏଭଳି ଘଟଣା ଲୋକଲୋଚନକୁ ଆସିଲା ପରେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବି‌ଷୟ ପାଲଟିଛି। ବର୍ତ୍ତମାନ ଖାତିଗୁଡା ଥାନା ପକ୍ଷରୁ ତଦନ୍ତ ଚାଲିଛି ଓ ଘଟଣା ସ୍ଥଳରେ ସାଇଁଟିଫିକ  ଟିମ ଓ ପୋଲିସ ସନ୍ଧାନୀ କୁକୁରର ସାହାଯ୍ୟ ନେଇ ତଦନ୍ତ ଜାରିରଖିଛି  ।

   Related Posts