ପ୍ରଶାନ୍ତ ରାଉତଙ୍କୁ ଚାକିରୀରୁ ବାଧ୍ୟତାମୂଳକ ଅବସର, ଆୟ ବହିର୍ଭୁତ ସମ୍ପତ୍ତି ଠୂଳ ଅଭିଯୋଗରେ ଆକ୍ସନ
27/06/2023 at 12:53 PM

ଭୁବନେଶ୍ୱର ୨୭/୦୬: ଚାକିରିରୁ ବିଦା ହେଲେ ନବରଙ୍ଗପୁରର ଅତିରିକ୍ତ ଉପ-ଜିଲ୍ଲାପାଳ। ପ୍ରଶାନ୍ତ ରାଉତଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଆୟ ବହିର୍ଭୂତ ସଂପତ୍ତି ଠାବ ଅଭିଯୋଗରେ ଆକ୍ସନ ନେଇଛନ୍ତି ସରକାର । ୨ ଦିନ ତଳେ ପ୍ରଶାନ୍ତ ରାଉତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ତାଙ୍କ ନିକଟରୁ ନଗଦ ୩ କୋଟି ଟଙ୍କା ସହ ୭ କୋଟିରୁ ଅଧିକ ସ୍ଥାବର ଅସ୍ଥାବ ସଂପତ୍ତି ଜବତ କରିଥିଲା ଭିଜିଲାନ୍ସ ଟିମ୍ ।
ସୂଚନାଥାଉକି, ଶୁକ୍ରବାର ତାଙ୍କ ଘର, ଅଫିସ୍, ପୈତୃକ ଘର ସହ ମୋଟ୍ ୯ ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରି ୭ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଥିଲା । ଆୟଠାରୁ ୫୦୦%ରୁ ଅଧିକ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ ଟିମ୍ । ଭୁବନେଶ୍ୱର କାନନ ବିହାର ଓ ନବରଙ୍ଗପୁର ଘରୁ ନଗଦ ୩ କୋଟି ୨ ଲକ୍ଷ ଟଙ୍କା ମିଳିଛି । ସେ ସବୁ ଟଙ୍କାକୁ ପ୍ରଶାନ୍ତ ପେଟି ଓ ବହି ଥାକରେ ଲୁଚାଇ ରଖିଥିଲେ ।
ଏମିତିକି ଭିଜିଲାନ୍ସ ଟିମ୍କୁ ଦେଖି ପଡ଼ୋଶୀଙ୍କ ଛାତକୁ ଫିଙ୍ଗି ଦେଇଥିଲେ ବିଡା ବିଡା ଟଙ୍କା । ନବରଙ୍ଗପୁର ସରକାରୀ ବାସଭବନର ତାଜା ଉପରେ ପେଟିରୁ ଜବତ ହୋଇଛି ୭୬ ଲକ୍ଷ ୪୪ ହଜାର ୫୦୦ ଟଙ୍କା । ଏଥସହ ସରକାରୀ ବାସଭବନ ଆଲମିରାରୁ ମିଳିଛି ନଗଦ ୧୨ଲକ୍ଷ ୪୮ ହଜାର ୮୦୦ ଟଙ୍କା ଜବତ କରାଯାଇଥିଲା ।
ଉଲ୍ଲେଖ ଯୋଗ୍ୟ ଯେ, ପ୍ରଶାନ୍ତ ୧୯୯୬ ମସିହା ଜୁଲାଇ ମାସରେ ଓଏଏସ୍ ଅଫିସ୍ର ଭାବେ ଆରମ୍ଭ କରିଥିଲେ ଚାକିରି । କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ସୁନ୍ଦରଗଡ଼, ବରଗଡ଼, ଯାଜପୁର ଓ କଟକ ଜିଲ୍ଲାରେ ତହସିଲଦାର ଓ ବିଡିଓ ଭାବେ କାର୍ଯ୍ୟ କରିଥିଲେ ।
୨୦୧୨ ମସିହାରେ ଦାନଗଦିରେ ବିଡିଓ ଥିବା ବେଳେ ୫୮୪ ବସ୍ତା ପିଡିଏସ୍ ଚାଉଳ ହଡ଼ପ କରିଥିଲେ । ଏନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା । ତଦନ୍ତ ସମୟରେ ଜଣାପଡ଼ିଥିଲା ପ୍ରଶାନ୍ତ ଅଭିଯୁକ୍ତ । ତାଙ୍କ ବିରୋଧରେ ଚାର୍ଜସିଟ୍ ହୋଇଥିଲା । ସୁନ୍ଦରଗଡ଼ ବିର୍ସା ବ୍ଲକ୍ରେ ବିଡିଓ ଥିବା ସମୟରେ ୨୦୧୮ ନଭେମ୍ବରରେ ଝରିପାଣି ପ୍ରୋଜେକ୍ଟ ଅଫିସରଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । କିଛି ଦିନ ଜେଲ୍ରେ ରହିବା ପରେ ଜାମିନରେ ଆସିଥିଲେ । ୨୦୨୦ ମସିହାରେ ତାଙ୍କ ପଦନ୍ନୋତି ହୋଇଥିଲା । ସେ ଅତିରିକ୍ତ ଉପ-ଜିଲ୍ଳାପାଳ ହୋଇଥିଲେ ।
you can also read…