ନ୍ୟୁୟର୍କରେ ମଣିଷଙ୍କ ଶବକୁ ଖତରେ ପରିବର୍ତ୍ତନ ପାଇଁ ମଞ୍ଜୁରୀ, ଏପରି କରିବାରେ ଆମେରିକାର ଷଷ୍ଠ ରାଜ୍ୟ

Published By : Prameya-News7 Bureau | January 02, 2023 IST

ନୂଆଦିଲ୍ଲୀ: ନ୍ୟୁୟର୍କରେ ମଣିଷଙ୍କ ଶବକୁ ମାଟିରେ ପରିବର୍ତ୍ତନ କରିବାକୁ ଅନୁମତି ମିଳିଛି । ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ପରିବେଶ ଅନୁକୂଳ ଏହି ପ୍ରକ୍ରିୟାକୁ ପୋତିବା ଏବଂ ଦାହ ସଂସ୍କାରର ବିକଳ୍ପ ରୂପେ ଦେଖାଯାଉଛି । ଆମେରିକାର କିଛି ରାଜ୍ୟରେ ଏହି ପ୍ରକ୍ରିୟାକୁ ଆପଣା ଯାଉଛି । ଏଥିରେ ଜଣେ ବ୍ୟକ୍ତି ନିଜ ମୃତ୍ୟୁ ପରେ ନିଜ ଶରୀରକୁ ମାଟିରେ ପରିବର୍ତ୍ତନ କରିପାରିବ ।

୨୦୧୯ରେ ୱାଶିଂଟନ ଏହି ପ୍ରକ୍ରିୟାକୁ ଅନୁମତି ଦେବାରେ ଆମେରିକାର ପ୍ରଥମ ରାଜ୍ୟ ହୋଇଥିଲା । ଏହାପରେ କୋଲୋରାଡୋ, ଓରେଗନ, ୱର୍ମୋଟ ଏବଂ କାର୍ଲିଫର୍ନିଆରେ ମଧ୍ୟ ଏହି ପଦ୍ଧତିକୁ ଆପଣା ଯାଇଛି । ନ୍ୟୁୟର୍କ ଗଭର୍ଣ୍ଣରଙ୍କ ମଞ୍ଜୁରୀ ପରେ ମାନବ ଖତ ପାଇଁ ଅନୁମତି ଦେବାରେ ଏହା ଆମେରିକାର ଷଷ୍ଠ ରାଜ୍ୟ ହୋଇଛି ।

କାଠ, ପଶୁଙ୍କୁ ଦିଆଯାଉଥିବା ଚାରା ଅଳ୍ଫାଳ୍ଫା ଏବଂ ପଶୁଙ୍କୁ ଦିଆଯାଉଥିବା ନିର୍ଦ୍ଦିଷ୍ଟ ଘାସ ସହ ମୃତ ଶରୀରକୁ ଗୋଟିଏ କଣ୍ଟେନର ଭିରତରେ ରଖାଯାଇ ଥାଏ । ଏହାପରେ ମୃତ ଶରୀର ଗୋଟିଏ ମାସ ଭିତରେ ମାଟିରେ ବଦଳି ଯାଇଥାଏ । ପରେ ଫୁଲ, ଫଳ ଏବଂ ପନିପରିବା ଗଛରେ ଏହାର ଉପଯୋଗ କରାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.