ଅଗ୍ନିକାଣ୍ଡରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କଲେ କେନ୍ଦ୍ର ସରକାର

Published By : Prameya-News7 Bureau | December 08, 2019 IST

ନୂଆଦିଲ୍ଲୀ ୦୮।୧୨: ନୂଆଦିଲ୍ଲୀର  ରାଣୀ ଝାନ୍ସି ରୋଡରେ ଶସ୍ୟ ମଣ୍ଡିରେ ଭୀଷଣ ଅଗ୍ନିକାଣ୍ଡ ଘଟଣା । ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ୨ଲକ୍ଷ ଲେଖାଏଁ ଟଙ୍କା ଘୋଷଣା ସହ ଆହତ ଥିବା ବ୍ୟକ୍ତିଙ୍କୁ ୫୦ହଜାର ଟଙ୍କା  ଲେଖାଏଁ କ୍ଷତିପୂରଣ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ।

wp:core-embed/twitter {"url":"https://twitter.com/PMOIndia/status/1203571927836581888","type":"rich","providerNameSlug":"twitter","className":""}
https://twitter.com/PMOIndia/status/1203571927836581888
/wp:core-embed/twitter

ସୂଚନାଯୋଗ୍ୟ ଯେ, ଦିଲ୍ଲୀର ରାଣୀ ଝାନ୍ସି ରୋଡରେ ଥିବା ଏକ ଶସ୍ୟ ମଣ୍ଡିରେ ଆଜି ସକାଳ ସମୟରେ ନିଆଁ ଲାଗିଯାଇଥିଲା । ତିନି ମହଲା ବିଶିଷ୍ଟ ଏହି କୋଠାରେ ଲୋକ ଶୋଇଇଥିବା ସମୟରେ ନିଆଁ ଲାଗିବା ଦ୍ବାରା ନିଆଁର ଧୂଆଁରେ ଶ୍ବାସ ନେବାରେ ଅସୁବିଧା ହେବା ଓ ନିଆଁରେ ପୋଡି ହୋଇ ୪୩ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ନିଆଁରେ ପୋଡି ହୋଇ ୧୫ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତେବେ ଅଗ୍ନିକାଣ୍ଡରୁ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ୩୦ଟି ଦମକଳ ଗାଡି ନିୟୋଜିତ ରହିଛି । ତିନିମହଲାରେ ଫସି ରହିଥିବା ଲୋକଙ୍କ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ ରହିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.