ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ବିଶେଷଜ୍ଞଙ୍କ ଚେତାବନୀ ! ଓମିକ୍ରନ ଚେନ୍ ଭାଙ୍ଗିବାକୁ ପୂର୍ଣ୍ଣ Lockdown ହିଁ ଏକମାତ୍ର ଉପାୟ

18/12/2021 at 6:24 PM

ଆମଷ୍ଟାରଡାମ ୧୮।୧୨: କରୋନାର ନୂଆ ଉତ୍ପରିବର୍ତ୍ତିତ ଭାରିଏଣ୍ଟ ଓମିକ୍ରନ ଚିହ୍ନଟ ହେବା ଦିନଠାରୁ ଏପର୍ଯ୍ୟନ୍ତ ବିଶ୍ୱର ୭୭ ଦେଶକୁ ପହଞ୍ଚିସାରିଲାଣି। ସେହିପରି ଏପର୍ଯ୍ୟନ୍ତ କରୋନାର ଯେତେବି ପ୍ରକାର ହେଲାଣି ଏଥିରୁ ଏହା ସବୁଠୁ କ୍ଷିପ୍ର ବ୍ୟାପୁଛି। ଏଣୁ ନୂଆ ଭାରିଏଣ୍ଟର ସଂକ୍ରମଣ ଶୃଙ୍ଖଳା ଭାଙ୍ଗିବା ଲାଗି ବିଭିନ୍ନ ଦେଶ ଦ୍ରୁତ ଟେଷ୍ଟିଂ ସାଙ୍ଗକୁ ଅନ୍ୟାନ୍ୟ ଉଦ୍ୟମ ମଧ୍ୟ ଜାରି ରଖିଛନ୍ତି। ଏଥିରେ କୋଭିଡ-୧୯ ନେଇ ରଣନୀତି ପ୍ରସ୍ତୁତିରେ ନେଦରଲ୍ୟାଣ୍ଡ ସରକାରଙ୍କୁ ପରାମର୍ଶ ଦେଉଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ଓମିକ୍ରନର ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବା ଲାଗି ପୂର୍ଣ୍ଣ ଲକଡାଉନ ହିଁ ଏକମାତ୍ର ଉପାୟ ବୋଲି ସଫାସଫା କହିଛନ୍ତି।

ନେଦରଲ୍ୟାଣ୍ଡ ସ୍ୱାସ୍ଥ୍ୟ ମନ୍ତ୍ରୀ ହ୍ୟୁଗୋ ଡି ଜୋଙ୍ଗ ଗତ ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ଭେଟିବା ବେଳେ ଓମିକ୍ରନ ଭାରିଏଣ୍ଟକୁ ନେଇ ନିଜର ଚିନ୍ତା ବ୍ୟକ୍ତ କରିଥିଲେ। ତେବେ ପ୍ରସଙ୍ଗରେ ସେ ନିଜ ଆଡୁ କିଛି କହିବାକୁ ଚାହାନ୍ତି ନାହିଁ ବୋଲି କହିଥିଲେ। ହେଲେ ସରକାର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶକୁ କଡ଼କଡ଼ି ପାଳନ କରିବେ ବୋଲି କହିଥିଲେ। ନେଦର ଲ୍ୟାଣ୍ଡର ମାର୍କ ରୁଟ ସରକାର ଶନିବାର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ବୈଠକ କରିଛନ୍ତି। ପୂର୍ବ ଭାରିଏଣ୍ଟ ଭଳି ଏଥର ମଧ୍ୟ ସଂକ୍ରମଣ ଶୃଙ୍ଖଳା ଭାଙ୍ଗିବା ନିତ୍ୟାନ୍ତ ଜରୁରି ବୋଲି କହିଛନ୍ତି। ଏଣୁ ସମ୍ପୂର୍ଣ୍ଣ ଲକଡାଉନ ହିଁ ଏହାର ଏକମାତ୍ର ଉପାୟ ବୋଲି ସୂଚିତ କରିଛନ୍ତି।

ତେବେ ନେଦରଲ୍ୟାଣ୍ଡରେ ଲୋକେ ଲକଡାଉନକୁ ଦୃଢ ବିରୋଧ କରୁଛନ୍ତି। ଏଥିଲାଗି ଗତ ନଭେମ୍ବର ମାସରେ ଦେଶରେ ହିଂସାତ୍ମକ ବିକ୍ଷୋଭ  ମଧ୍ୟ ହୋଇଥିଲା। ଏଥିରେ ବିକ୍ଷୋଭକାରୀଙ୍କୁ ଘଉଡାଇବା ଲାଗି ପୋଲିସ କାର୍ଯ୍ୟାନୁଷ୍ଠାନରେ ଅନେକ ପ୍ରଦର୍ଶନକାରୀ ଆହତ ମଧ୍ୟ ହୋଇଥିଲେ। ଏଥିରେ ଓମିକ୍ରନ ମାର୍କ ରୁଟ ସରକାରଙ୍କ ଲାଗି ନୂଆ ଚିନ୍ତାର କାରଣ ପାଲଟିଛି।

   Related Posts