ବିଦ୍ୟୁତ କର୍ମଚାରୀ ନେଲେନି ୨ ହଜାର ଟଙ୍କିଆ ନୋଟ୍; ଥାନାରେ ଅଭିଯୋଗ କଲେ ଉପଭୋକ୍ତା
31/05/2023 at 9:28 PM

କଟକ ୩୧/୦୫: ବିଦ୍ୟୁତ କର୍ମଚାରୀଙ୍କ ପାଇଁ ଅଲୋଡ଼ା ହେଲା ୨ ହଜାର ଟଙ୍କିଆ ନୋଟ୍। ଫଳରେ କଟକ ବାଦାମବାଡ଼ି ଥାନାରେ ଅଭିଯୋଗ। ଏପରି ଘଟଣା କଟକ ବଡ଼ ବାଦାମବାଡ଼ି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି।
ଖବର ଅନୁସାରେ, ହରିପୁର ଅଞ୍ଚଳର ରଞ୍ଜିତ ଜେନା ବିଦ୍ୟୁତ୍ ସଂଯୋଗ କରିବାକୁ ୮,୫୦୦ ଟଙ୍କା ଦେଇଥିଲେ। ସେଥିରେ ୪ଟି ୨ ହଜାର ଟଙ୍କିଆ ନୋଟ୍ ଥିଲା। ହେଲେ କାଉଣ୍ଟରରେ ଥିବା କର୍ମଚାରୀ ଏହାକୁ ନେବାକୁ ମନା କରିଥିଲେ। ଏଥିପାଇଁ କିଛି ସମୟ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।
ଏହାର ଭିଡିଓ ରେକର୍ଡ କରିଥିଲେ ରଞ୍ଜିତ। ନୋଟ୍ ବିନିମୟର ଅବଧି ଥିବା ବେଳେ କାହିଁକି ନେଉ ନାହାନ୍ତି ସେନେଇ ସେ ଯୁକ୍ତି କରିଥିଲେ। ପରେ ରଞ୍ଜିତ କଟକ ବାଦାମ ବାଡ଼ି ଥାନାରେ ସମ୍ପୃକ୍ତ କର୍ମଚାରୀଙ୍କ ନାଁରେ ଏତଲା ଦେଇଛନ୍ତି।
Related Posts
ଚଢ଼ାଉରେ ବିପୁଳ ପରିମାଣର ବାଣ ଜବତ, ୨ ଜଣକୁ ଅଟକ ରଖିଲା ପୋଲିସ
1 October 2023
ନୃଶଂସ ପାଲଟିଲା ପୁଅ, ମାଆକୁ ମାରି ଘର ଭିତରେ ପୋଡ଼ିଦେଲା
1 October 2023
ଡ୍ୟୁଟି ବେଳେ ଟଳି ପଡ଼ିଲେ ମହିଳା ଏଏସଆଇ
1 October 2023