ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କୁ ଫେରାଦ ହେଲା ବିଜେପି, କଂଗ୍ରେସ ବି ଆଣିଲା ଅଭିଯୋଗ

Published By : Prameya-News7 Bureau | April 22, 2024 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ଦେଶରେ ରାଜନୈତିକ ମାହୋଲ ସରଗରମ ରହିଛି।ରାଜନୈତିକ ଆରୋପ-ପ୍ରତ୍ୟାରୋପ ମଧ୍ୟ ଜାରି ରହିଛି। ଏହି କ୍ରମରେ କଂଗ୍ରେସ ଏବଂ ବିଜେପି ଉଭୟ ନିଜ ନିଜ ଅଭିଯୋଗ ନେଇ ନର୍ବାଚନ ଆୟୋଗଙ୍କ ନିକଟରେ ପହଞ୍ଚିଛନ୍ତି।

ପ୍ରଥମେ କଂଗ୍ରେସ ପିଏମ ମୋଦୀଙ୍କ ବାଁସଓ୍ବାଡ଼ାରେ ଦେଇଥିବା ବୟାନକୁ ନେଇ ନିର୍ବାଚନ ଆୟୋଗରେ ଅଭିଯୋଗ କରିଥିଲା। ସୋମବାର ନିର୍ବାଚନ ଆୟୋଗଙ୍କୁ କଂଗ୍ରେସ କହିଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଏକ ବିଶେଷ ସମୁଦାୟକୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ବରିଷ୍ଠ ନେତା ଅଭିଷେକ ମନୁ ସଂଘଭୀଙ୍କ ନେତୃତ୍ବରେ ଦଳର ଏକ ପ୍ରତିନିଧିମଣ୍ଡଳ ନିର୍ବାଚନ ଆୟୋଗଙ୍କୁ ପ୍ରାୟ ୧୭ଟି ଅଭିଯୋଗ ଜଣାଇଛନ୍ତି। ଏହା ପରେ ଏବେ ବିଜେପି ନିର୍ବାଚନ ଆୟୋଗଙ୍କୁ ସମ୍ମୁଖରେ କଂଗ୍ରେସ ବିରୋଧରେ ଫେରାଦ ହୋଇଛି।

ବିଜେପି ନେତା ରାହୁଲ ଗାନ୍ଧୀଙ୍କ ତରଫରୁ ଦିଆଯାଇଥିବା ବୟାନ ଏବଂ ଶବ୍ଦର ବ୍ୟବହାରକୁ ନେଇ ନିର୍ବାଚନ ଆୟୋଗଙ୍କ ସମ୍ମୁଖରେ ଆପତ୍ତି ଉଠାଇଛନ୍ତି। ବିଜେପି ନିର୍ବାଚନ ଆୟୋଗଙ୍କ ଅଭିଯୋଗରେ ରାହୁଲ ଗାନ୍ଧୀଙ୍କ ଅଭ୍ୟାସଗତ ଅପରାଧୀ ବୋଲି କହିଛି। ବିଜେପି କହିଛି ଯେଉଁ ରାହୁଲ ଯେଉଁଭଳି ଭାବରେ ଦେଶ ଭିତରେ ଭାଷା ଏବଂ ପ୍ରାନ୍ତ ନାଁରେ ଲଢ଼ାଇବାକୁ ନେଇ ଷଡ଼ଯନ୍ତ୍ର ରଚୁଛନ୍ତି। ତାହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଦରକାର। ବିଜେପି ପ୍ରତିନିଧିମଣ୍ଡଳ ଆହୁରି କହିଛି ରାହୁଲ ଗାନ୍ଧୀ ତାମିଲନାଡୁରେ ଭାଷାଗତ ପ୍ରସଙ୍ଗ ଆଧାରରେ ଲୋକଙ୍କ ମଧ୍ୟରେ ଭ୍ରମ ଉତ୍ପନ୍ନ କରିବାକୁ ଚେଷ୍ଟା କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.