ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ପାଟଣାଗଡ ବିଧାୟକଙ୍କ ସମେତ ୬ ଜଣଙ୍କ ବିରୋଧରେ ଅଭିଯୋଗ ଦାଖଲ

13/06/2019 at 4:35 PM

ପାଟଣାଗଡ ୧୩|୬: ଜେଇଙ୍କୁ ଉଠ ବସ କରିବା ଘଟଣାରେ ପାଟଣାଗଡ଼ ବିଧାୟକଙ୍କ ପାଇଁ ବଢ଼ିଲାଣି ଅଡ଼ୁଆ । ବିଧାୟକ ସରୋଜ ମେହେରଙ୍କ ସମେତ ୬ ଜଣଙ୍କ ନାଁରେ ହ୍ୟୁମାନ ରାଇଟର୍ସ ସ୍ବତନ୍ତ୍ର କୋର୍ଟରେ ଅଭିଯୋଗ ଦାଖଲ ହୋଇଛି । ସେପଟେ ଘଟଣାକୁ ନେଇ ଜମା ବି କଂପ୍ରୋମାଇଜ୍ ମୁଡ୍‌ରେ ନାହାଁନ୍ତି ଆଦିବାସୀ ସଂଘ । ଜେଇଙ୍କୁ ଚାପୁଡ଼ା ମାରିଥିବା ନିର୍ବାହୀ ଯନ୍ତ୍ରୀଙ୍କୁ ନବାନ୍ଧିଲେ ଆଇନ ଅମାନ୍ୟ ସହ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଲାଣି ସଂଘ  ।

ଦିନକୁ ଦିନ ଜଟିଳ ହେଲାଣି  ଜେଇଙ୍କୁ ଉଠ ବସ୍ ଘଟଣା । ବିଧାୟକ ସରୋଜ ମେହେରଙ୍କ ଅଡ଼ୁଆ ବି ବଢ଼ିଲାଣି ।ଘଟଣା ଗଲାଣି ମାନବାଧିକାର ସ୍ବତନ୍ତ୍ର କୋର୍ଟକୁ  । ବିଧାୟକଙ୍କୁ ମିଶାଇ ୬ ଜଣଙ୍କ ନାଁରେ ହ୍ୟୁମାନ ରାଇଟର୍ସ ସ୍ବତନ୍ତ୍ର କୋର୍ଟରେ ମାମଲା ହୋଇଛି । ଏମଏଲଏ, ଜିଲ୍ଲାପାଳ, ଏସପି, ପାଟଣାଗଡ଼ ଏସଡିପିଓ, ଆଇଆଇସି, ଚାପୁଡ଼ା ମାରିଥିବା ନିର୍ବାହୀ ଯନ୍ତ୍ରୀଙ୍କ ନାଁରେ ଅଭିଯୋଗ ଦାଖଲ ହୋଇଛି । ବିଧାୟକଙ୍କ ଗିରଫ ଦାବିରେ କଣ୍ଟାବାଞ୍ଜି ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି ଆଦିବାସୀ ସଂଘ । କଣ୍ଟାବାଞ୍ଜି  ତହସିଲ ଅଫିସରେ  ପୋଲିସ-ଆଦିବାସୀ ଧସ୍ତାଧସ୍ତି ହୋଇଛନ୍ତି ।  ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆଇନ ଅମାନ୍ୟ ସହ ଆନ୍ଦୋଳନ ଜୋରଦାର କରିବ ବୋଲି ଚେତାବନୀ ଦେଇଛି ସଂଘ ।

ସେପଟ ରାସ୍ତା କାମରେ ଅନିୟମିତତା ଅଭିଯୋଗର ତଦନ୍ତ ହୋଇଛି ।   ସରକାରଙ୍କ ନିର୍ଦେଶ ଅନୁସାରେ ଏକ ସ୍ବତନ୍ତ୍ର ଟିମ୍ ବଲାଙ୍ଗିର ଗସ୍ତ କରି ରାସ୍ତା କାମର ସାମ୍ପୁଲ ସଂଗ୍ରହ କରିଛନ୍ତି । ପ୍ରାଥମିକ ତଦନ୍ତରୁ ସେମିତି ଅନିୟମିତତା ହୋଇନଥିବା  ବେଳେ ସାମ୍ପୁଲ ରିପୋର୍ଟ ମିଳିବା ପରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ସଫେଇ ଦେଇଛନ୍ତି ବିଭାଗୀୟ ଅଧିକାରୀ । ଯଦି ପ୍ରକୃତରେ ରାସ୍ତା କାମରେ ଅନିୟମିତତା ହୋଇନଥିବା ତଦନ୍ତ ରିପୋର୍ଟ ଆସେ ତାହେଲେ ବିଧାୟକ ତିଆରି କରିଥିବା ନିଜର ଦବଙ୍ଗ ଇମେଜ ସବୁ ଦିନ ପାଇଁ ପ୍ଳଫ ହେବା ନିଶ୍ଚିତ ।  ।ସେପଟେ ଜେଇଙ୍କୁ ଚାପୁଡ଼ା ମାରିଥିବା ନିର୍ବାହୀ ଯନ୍ତ୍ରୀ ଲୋକନାଥ ମିଶ୍ରଙ୍କୁ ବାନ୍ଧିବାକୁ ଦାବି ଜୋର ଧରିଲାଣି ।

   Related Posts