ବିଲ ପାସ୍‌ରେ ପାତର ଅନ୍ତର ଅଭିଯୋଗ, ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ କାଉନସିଲରଙ୍କ ଧାରଣା

Published By : Prameya-News7 Bureau | June 24, 2024 IST

ଭଦ୍ରକ: କାମ ସରିବା ପରେ ମଧ୍ୟ ବିଲ୍‌ ପାସ୍‌ ହେଉନାହିଁ। ଖାଲି ସେତିକି ନୁହେଁ କେବଳ ହାତ ଗଣତି କାଉନସିଲରଙ୍କ ବିଲ୍‌ ପାସ୍‌ କରାଯାଉଛି। ଏଭଳି ଅଭିଯୋଗ ଆଣି ଭଦ୍ରକ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଅନେକ କାଉନସିଲର । 

ସେମାନେ ଅଭିଯୋଗ ଆଣିଛନ୍ତି, କିଛି ୱାର୍ଡରେ କାମ ପରେ ଠିକ୍‌ ଭାବରେ ବିଲ୍‌ କରାଯାଉଛି ମାତ୍ର ଅନେକ ଅନେକ ୱାର୍ଡରେ କାମ ସରିବା ପରେ ମଧ୍ୟ ବିଲ୍‌ ପାସ୍‌ କରୁନାହାନ୍ତି ପୌରାଧ୍ୟକ୍ଷ । ଆଉ ବକେୟା ବିଲ୍‌ ପାସ୍‌ ନହେବାରୁ ପୌରାଞ୍ଚଳରେ କାର୍ଯ୍ୟ ମଧ୍ୟ ହୋଇପାରୁନାହିଁ। 

ଘଟଣାକୁ ନେଇ ପୌରାଧକ୍ଷଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ତାଙ୍କ ନିକଟରୁ ବିଲ୍‌ ଫାଇଲ ପାସ ହୋଇଛି । କାର୍ଯ୍ୟବ୍ୟସ୍ତତା ଯୋଗୁଁ ପୋରାଧ୍ୟକ୍ଷ ଫାଇଲ ପାସ କରିନଥିଲେ । ଏବେ ଜିଲ୍ଲାପାଳଙ୍କ ନିକଟକୁ ଫାଇଲ ଯାଇଛି, ୭ଦିନ ମଧ୍ୟରେ ବିଲ ପାସ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.